ଶେଷହେଲା ଜୁନିଅର ହକି ମହାକୁମ୍ଭ, ୧୬ ବର୍ଷ ପରେ ଟାଇଟେଲ ଜିତିଲା ଆର୍ଜେଣ୍ଟିନା
ଭୁବନେଶ୍ୱର : ସରିଲା ଜୁନିଅର ହକି ମହାକୁମ୍ଭ । ଗତ ନଭେମ୍ବର ୨୪ ତାରିଖରୁ ଆରମ୍ଭ ହେଇଥିବା ଏହି ମହାକୁମ୍ଭର ଆଜି(ରବିବାର) ଫାଇନାଲ ମୁକାବିଲା ଆର୍ଜେଣ୍ଟିନା ଓ ଜର୍ମାନୀ ମଧ୍ୟରେ ଖେଳାଯାଇଥିଲା । ଫାଇନାଲ ମୁକାବିଲା ବେଶ୍ ସଂଘର୍ଷପୂର୍ଣ୍ଣ ରହିଥିଲା । ବିଶେଷ କରି ଚତୁର୍ଥ କ୍ବାର୍ଟରରେ ରୋମାଞ୍ଚ ଅଧିକ ବୃଦ୍ଧି ପାଇଥିଲା ।
ଆର୍ଜେଣ୍ଟିନା ଆରମ୍ଭରୁ ଗୋଲ୍ କରିବା ସହ ଅଗ୍ରଣୀ ହାସଲ କରିଥିଲା ଓ ଜର୍ମାନୀ ଉପରେ ଚାପ ସୃଷ୍ଟି କରିଥିଲା । ଫାଇନାଲ ମୁକାବିଲା ହୋଇଥିବାରୁ ଉଭୟ ଟିମ ଖୁବ ଯତ୍ନର ସହିତ ଆକ୍ରମଣାତ୍ମକ ରଣନୀତି ସହ ଖେଳିଥିଲେ । ମ୍ୟାଚ୍ର ପ୍ରଥମ କ୍ବାର୍ଟର ଓ ଦ୍ଵିତୀୟ କ୍ବାର୍ଟରରେ ଗୋଟିଏ ଲେଖାଏଁ ଗୋଲ କରି ଜର୍ମାନୀକୁ ଚାପରେ ପକେଇଥିଲା ଆର୍ଜେଣ୍ଟିନା । ପରେ ଜର୍ମାନୀ ମଧ୍ୟ ଦ୍ଵିତୀୟାର୍ଦ୍ଧରେ ଜବରଦସ୍ତ କମବ୍ୟାକ କରିଥିଲା । ତୃତୀୟ ଓ ଚତୁର୍ଥ କ୍ବାର୍ଟରରେ ଗୋଲ୍ କରି ସ୍କୋର ବରାବର କରିଥିଲା ।
Celebrations continue for #losleoncitos, who have emerged victorious at the FIH Odisha Hockey Men's Junior World Cup 2021.
— International Hockey Federation (@FIH_Hockey) December 5, 2021
Argentina won their second Hockey Junior World Cup title after a 4-2 win over Germany. #RisingStars #JWC2021 #HockeyInvites @ArgFieldHockey pic.twitter.com/8MsnLGq35j
ପରବର୍ତ୍ତୀ ସମୟରେ ଅର୍ଜେଣ୍ଟିନା ପାଲଟା ଆକ୍ରମଣ କରି ଗୋଲ ସ୍କୋର କରି ୩-୨ ରେ ପୁନଃ ଲିଡ଼ କରିଥିଲା । ଆର୍ଜେଣ୍ଟିନା ତରଫରୁ ହ୍ୟାଟ୍ରିକ ଗୋଲ୍ କରିଥିଲେ ଲୋଟାରୋ ଡୋମେନ । ଜର୍ମାନୀ ତରଫରୁ ହେନର ଜୁଲିଅସ ଏବଂ ଫାନ୍ଦଟ ମେସି ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ। ଏହା ସହିତ ୧୬ ବର୍ଷର ବ୍ୟବଧାନ ପରେ ଆର୍ଜେଣ୍ଟିନା ଦ୍ଵିତୀୟ ଥର ଜୁନିଅର ହକି ବିଶ୍ବକପ ଟାଇଟଲ ହାତେଇଛି । ପ୍ରଥମ ଥର ୨୦୦୫ ସଂସ୍କରଣରେ ଚାମ୍ପିଅନ ହୋଇଥିଲା ଟିମ ।