ଭିଜିଲାନ୍ସ ଜାଲରେ ଜମନକିରା ଲ୍ୟାମ୍ପସ୍ ଏମଡି
ସମ୍ବଲପୁର : ଭିଜିଲାନ୍ସ ଜାଲରେ ଜମନକିରା ଲ୍ୟାମ୍ସ ଏମ୍ଡି । ଜମନକିରା ଲ୍ୟାମ୍ସ ଏମ୍ଡି ଫଣିନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢଉ କରୁଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଲେ ପୁଣି ଜଣେ ଅଧିକାରୀ। ସମ୍ପୃକ୍ତ ଅଧିକାରୀ ଜଣକ ହେଉଛନ୍ତି ସମ୍ବଲପୁର ଜମନକିରା ଲ୍ୟାମ୍ପସ୍ ଏମ୍.ଡି ଫଣୀନ୍ଦ୍ର ସାହୁ । ଫଣୀନ୍ଦ୍ରଙ୍କ ଧନୁପାଲିସ୍ଥିତ ଘର ସହ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ ।
ଜମନକିରାର ପୈତୃକ ଘର, ସମବାୟ ଲ୍ୟାମ୍ପ, ସମ୍ବଲପୁର ସ୍ଥିତ ଭଡା ଘର ସହ, ଶ୍ବଶୁର ଘରେ ରେଡ୍ କରୁଛି ସମ୍ବଲପୁର ଭିଜିଲାନ୍ସ ଟିମ୍ । ସମ୍ବଲପୁରର ପୁଟବନ୍ଧିସ୍ଥିତ ଭଡାଘର, ଜମନକିରା ଅଫିସ, ପୈତୃକ ଘର, ସୁନ୍ଦରଗଡ ବଡଗାଁ ଓ ଧନକଉଡାରେ ଚଢଉ କରୁଛି ଭିଜିଲାନ୍ସ । ଚଢଉ ବେଳେ ଫଣିନ୍ଦ୍ରଙ୍କ ଘରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି ।