ତପସ୍ୱିନୀ ମାମଲାରେ ଆସିଲା ରାୟ, ୭ ଦିନ ପର୍ଯ୍ୟନ୍ତ ଉଭୟ ଭଡାଘରେ ରହିବେ
ବ୍ରହ୍ମପୁର : ୧୧ ଦିନ ଧରି ସ୍ବାମୀଙ୍କ ସହ ରହିବାକୁ ଧାରଣାରେ ବସିଥିବା ଯୁବତୀଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ବ୍ରହ୍ମପୁର ଏସଡିଜେଏମ କୋର୍ଟ । ସ୍ବାମୀଙ୍କ ସହ ଆସିକାରେ ରହିବାକୁ ବ୍ରହ୍ମପୁର ଏସଡିଜେଏମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗତ ୧୧ ଦିନ ଧରି ବ୍ରହ୍ମାନଗର ଲେନ୍ ଦୁଇରେ ନିଜ ଶ୍ବଶୁର ଘର ସମୁଖରେ ସ୍ବାମୀଙ୍କ ସହିତ ରହିବା ପାଇଁ ଧାରଣାରେ ବସିଥିଲେ ତପସ୍ବିନୀ ।
ଶେଷରେ ନ୍ୟାୟ ପାଇଁ ବ୍ରହ୍ମପୁର ଏସଡିଜେଏମ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ତପସ୍ବିନୀ । ଆଗାମୀ ୭ ଦିନ ଗୋଟିଏ ଘରେ ଉଭୟଙ୍କୁ ଏକଠି ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ଉଭୟ ପରିବାର କୌଣସି ସଦସ୍ୟ ଉଭୟଙ୍କୁ ଭେଟି ପାରିବେ ନାହଇଁ । ଏହାକୁ ନେଇ କୋର୍ଟଙ୍କ ପକ୍ଷରୁ ଆସିକା ପୋଲିସକୁ ଅବଗତ କରାଯାଇଛି । କୋର୍ଟରେ ରାୟ ପ୍ରକାଶ ପାଇବା ପରେ ତପସ୍ବିନୀଙ୍କ ଆଇନଜୀବୀ ପ୍ରଦୀପ ବେହେରାଙ୍କ ସହିତ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ରିପୋର୍ଟର ସମୀର ଆଚାର୍ଯ୍ୟ ।