ମାଣବସା ଗୁରୁବାର ! କରନ୍ତୁ ଏହି କାମ, ମା’ ଲକ୍ଷ୍ମୀ ଘରକୁ ଆସିବେ ଆଉ ହେବ ଧନର ବର୍ଷା
ମାର୍ଗଶିର ମାସ ଗୁରୁବାର ଦେବୀ ଲକ୍ଷ୍ମୀଙ୍କର ପ୍ରିୟ ବାର ଅଟେ।ହିନ୍ଦୁ ଧର୍ମରେ ମାର୍ଗଶିର ମାସ ଗୁରୁବାର ଦିନର ବିଶେଷ ମହତ୍ୱ ରହିଛି। ଏହିଦିନ ଦେବୀ ଲକ୍ଷ୍ମୀଙ୍କୁ ବିଶେଷ ଭାବରେ ପୂଜାର୍ଚ୍ଚନା କଲେ, ଶୁଭଫଳ ପ୍ରାପ୍ତ ହୋଇଥାଏ।
ସମସ୍ତ ଲୋକ ନିଜର ଆବଶ୍ୟକତାକୁ ପୁରଣ କରିବା ପାଇଁ ଧନର ଆଶା ରଖିଥାନ୍ତି। ଏହି ସମୟରେ ଅନେକ ଲୋକ ଅଛନ୍ତି ବହୁତ ଟଙ୍କା ପଇସା ରୋଜଗାର କରିଥାନ୍ତି କିନ୍ତୁ ଶେଷରେ ଟଙ୍କା ଟିଏ ମଧ୍ୟ ସଞ୍ଚୟ କରି ରଖିପାରନ୍ତି ନାହିଁ। କେଉଁଠି ନାଁ କେଉଁଠି ଖର୍ଚ୍ଚ ହୋଇଯାଇଥାଏ ଯେଉଁଥି ପାଇଁ ସେମାନଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଧନ ସେହି ଲୋକଙ୍କ ପାଖରେ ଥାଏ ଯେଉଁମାନଙ୍କ ଉପରେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ତେଣୁ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରିବା ସହିତ କେତେକ ନୀତିନିୟମକୁ ମଧ୍ୟ ପାଳନ କରିବା ଉଚିତ ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଜାଣିବା ମାର୍ଗଶିର ମାସ ପ୍ରତ୍ୟକ ଗୁରୁବାର ଦିନ କେଉଁ ୫ ଟି ନିୟମ କରିବା ଦ୍ୱାରା ସମସ୍ତ ଆର୍ଥିକ ସମସ୍ୟା ଗୁଡିକର ଅନ୍ତ ହେବା ସହିତ ଘରେ ଧନର ବର୍ଷା ହୋଇଥାଏ।
ଆଜି ଆମେ ଆପଣଙ୍କୁ ଗୁରୁବାର ଦିନ କେଉଁ କାର୍ଯ୍ୟ କଲେ, ଆପଣ ଶୁଭଫଳ ପାଇବା ସହିତ ଧନବାନ ହୋଇପାରିବେ ସେହି ବିଷୟରେ କହିବାକୁ ଯାଉଛୁ।
୧/ କୌଣସି ବ୍ୟକ୍ତିକୁ ଗୁରୁବାର ଦିନ ଅଧିକ ସମୟ ଶୋଇବା ଉଚିତ ନୁହେଁ।ଗୁରୁବାର ଓଷାରେ ବାସି ବିଛଣା ପଡ଼ିବା ଶୁଭ ହୋଇ ନଥାଏ। କିନ୍ତୁ ବାସି ବିଛଣା ପଡ଼ିଥିଲେ, ଠାକୁର ପୂଜା କରନ୍ତୁ ନାହିଁ। ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠି ନିତ୍ୟକର୍ମ ସାରି ଦେବୀ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବା ଉଚିତ।
୨/ ଗୁରୁବାର ଓଷା ଦିନ ପ୍ରଥମେ ତୁଳସୀ ଗଛକୁ ପୂଜା କରିବା ପରେ ହିଁ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ। ଏହିଦିନ ସ୍ତ୍ରୀଲୋକମାନେ ହଳଦିଆ ବସ୍ତ୍ର ପରିଧାନ କରିବା ଉଚିତ, ଏହା ଶୁଭ ହୋଇଥାଏ।ଏହିଦିନ ଭଗବାନ ବିଷ୍ଣୁଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ।
୩/ ଗୁରୁବାର ଓଷା ଦିନ ଦାନ କଲେ ପୁଣ୍ୟ ମିଳିଥାଏ। ଏହିଦିନ ହଳଦିଆ ବସ୍ତ୍ର, ଚଣା, ଗୁଡ଼ ଆଦି ଦାନ କରିବା ଉଚିତ। ଏହାସହିତ ନାଲି ରଙ୍ଗର କପଡା ଉପରେ କିଛି ଧାନ ବିଛାଇ ଦେବୀ ଲକ୍ଷ୍ମୀଙ୍କ ପ୍ରତିମା ନିକଟରେ ପୂଜା କରିବା ଉଚିତ।ଧଳା ଫୁଲ, ଗେଣ୍ଡୁ ଫୁଲ ଆଦି ଦେବୀ ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ। ଯଦି ଆପଣ ଶ୍ରଦ୍ଧାରେ ଦେବୀ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବେ, ଦେଖିବେ ଆପଣଙ୍କ ଘରେ ଧନ ବୃଦ୍ଧି ହେବ।
୪/ ଗୁରୁବାର ଓଷା ଦିନ ଦେବୀ ଲକ୍ଷ୍ମୀଙ୍କ ସମସ୍ତଙ୍କ ଘରକୁ ପ୍ରବେଶ କରିଥାନ୍ତି। ତେଣୁ ଏହିଦିନ ଘରେ ଆମିଷ ରାନ୍ଧିବା ବା ଖାଇବା ଉଚିତ ନୁହେଁ। ଏହାସହିତ ସନ୍ଧ୍ୟା ସମୟରେ ମୁଣ୍ଡ କୁଣ୍ଡାଇବା, ଶୋଇବା ଉଚିତ ନୁହେଁ।କିନ୍ତୁ କୌଣସି ବୃଦ୍ଧ ବ୍ୟକ୍ତି ବା ରୋଗରେ ପୀଡ଼ିତ ଥିବା ବ୍ୟକ୍ତି କେବଳ ଶୋଇ ପାରିବେ। ଗୁରୁବାର ଦିନ ୧୨ ଘଟିକା ପରେ କାହାକୁ ଦାନ ଦିଅନ୍ତୁ ନାହିଁ।
୫/ ଗୁରୁବାର ଦିନ ସନ୍ଧ୍ୟାରେ ଦେବୀ ଲକ୍ଷ୍ମୀଙ୍କୁ ଦୀପ, ଝୁଣା, ଧୂପ ଅର୍ପଣ କରନ୍ତୁ ଏବଂ ଆଳତି ମଧ୍ୟ କରନ୍ତୁ। ଘରେ ଚାରିପଟେ ଝୁଣା ବୁଲାଇ ଆଣନ୍ତୁ, ଏହାଦ୍ବାରା ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ। ଘରେ ସକାରାତ୍ମକ ଉର୍ଜା ବଜାୟ ରହିଥାଏ।
୬/ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ପ୍ରତ୍ୟକ ଗୁରୁବାର ଦିନ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର ପୂଜା କରିବା ଉଚିତ। ଏହା କରିବା ଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ଗୁଡିକର ଅନ୍ତ ଘଟିଥାଏ।
୭/ ଗୁରୁବାର ଦିନ ହଳଦୀ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ। ଏହା ସହିତ ମା ଲକ୍ଷ୍ମୀଙ୍କୁ ହଳଦୀ ରଙ୍ଗର ଫଳ ଏବଂ ପୁଷ୍ପ ଏବଂ ନୈବେଦ୍ୟ ଅର୍ପଣ କରନ୍ତୁ।
୮/ ଗୁରୁବାର ଦିନ ଆପଣ ହଳଦୀ ପାଣିରେ ସ୍ନାନ କରନ୍ତୁ। ଏବଂ ଗୋଟିଏ କଦଳୀ ଗଛ ମୂଳରେ ହଳଦୀ ପାଣି ଅର୍ପଣ କରନ୍ତୁ। ଏହା ଦ୍ବାରା ଆପଣଙ୍କର ଘରକୁ କେବଳ ଧନ ହିଁ ଧନ ଆସିଥାଏ।
୯/ ଧନର ଅଭାବକୁ ଦୂର କରିବା ପାଇଁ ଗୁରୁବାର ଦିନ ଉପବାସ ପାଳନ କରନ୍ତୁ। ଉପବାସ ପାଳନ କରିବା ସହିତ ଗରିବ କିମ୍ବା ଭିକାରୀଙ୍କୁ ହଳଦିଆ ଜିନିଷ ଦାନ କରନ୍ତୁ। ଏହା କରିବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଗୃହରେ ବାସ କରିଥାନ୍ତି।
୧୦/ ଗୁରୁବାର ଦିନ ଆପଣ ତୁଳସୀ ଗଛର ପୂଜା କରିବା ସମୟରେ ତୁଳସୀ ଗଛ ମୂଳରେ କଞ୍ଚା କ୍ଷୀର ଅର୍ପଣ କରନ୍ତୁ। ଏବଂ ଆପଣଙ୍କର ବୃହସ୍ପତି ଗ୍ରହକୁ ଶକ୍ତିଶାଳୀ କରିବା ପାଇଁ ଭଗବାନ ଶିବଙ୍କୁ ହଳଦିଆ ରଙ୍ଗର ପୁଷ୍ପ ଅର୍ପଣ କରନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କର ବୃହସ୍ପତି ଗ୍ରହ ମଜବୁତ ହୋଇଥାଏ।ଏବଂ ସମସ୍ତ ଗ୍ରହ ଦୋଷ କଟି ଯାଇଥାଏ।