ପୁଣି ବିବାଦରେ ମନ୍ତ୍ରୀ ଅରୁଣ ସାହୁ : କହିଲେ ଟିକିଏ ବାଡ଼ିଆପିଟା ନହେଲେ ହେବନି, ସୋସିଆଲ ମିଡିଆରେ ଭାଇରାଲ
ନୟାଗଡ : ପୁଣି ବିବାଦରେ ମନ୍ତ୍ରୀ ଅରୁଣ ସାହୁ । ସର୍ବସାଧାରଣରେ ବସି କହୁଛନ୍ତି ଟିକିଏ ବାଡ଼ିଆପିଟା ନହେଲେ ହେବନି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଜିଲା ପ୍ରଶାସନ ପକ୍ଷରୁ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଏକ ମେଗା ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ ହୋଇଥିବା ବେଳେ ଏହି ଶିବିରରେ ନାହିଁ ନଥିବା ଭିଡ଼କୁ ଆୟତ୍ତ କରିପାରିନଥିଲା ପ୍ରଶାସନ । ଫଳରେ ବହୁ ଦୂର ଦୁରାନ୍ତରୁ ଆସିଥିବା ଲୋକେ ଚିକିତ୍ସା ନପାଇ ଫେରିଯିବାରୁ ଲୋକଙ୍କ ମଧ୍ୟରେ ମାରପିଟ ଓ ଠେଲାପେଲା ଦେଖିବାକୁ ମିଳିଥିଲା । ଏହାକୁ ନେଇ ଜଣେ ସ୍ବେଚ୍ଛାସେବୀ ମନ୍ତ୍ରୀ ଅରୁଣ ସାହୁଙ୍କୁ କହିବାରୁ ମନ୍ତ୍ରୀ କହିଥିଲେ ହଉ ହେଲା, ଟିକେ ବାଡିଆପିଟା ନହେଲେ ହେବନି । ଯାହା ଏବେ ଖୁବ ଭାଇରଲ ହେବାରେ ଲାଗିଛି ।