ଇତିହାସ ରଚିଲେ ଭାରତୀୟ ପାରା ପାୱାରଲିଫ୍ଟର ପରମଜିତ କୁମାର
ହାଇଦ୍ରାବାଦ : ଇତିହାସ ରଚିଲେ ଭାରତୀୟ ପାରା ପାୱାରଲିଫ୍ଟର ପରମଜିତ କୁମାର । ଜର୍ଜିଆରେ ଚାଲିଥିବା ବିଶ୍ବ ପାରା ପାୱାରଲିଫ୍ଟିଂ ଚାମ୍ପିଅନସିପ୍ରେ ଚମକିଲେ ପରମଜିତ । ବିଶ୍ବ ପାରା ପାୱାରଲିଫ୍ଟିଂ ଚାମ୍ପିଅନସିପରେ ପ୍ରଥମ ଭାରତୀୟ ପାୱାରଲିଫ୍ଟର ଭାବେ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି ପରମଜିତ । ପରମଜିତ ୪୯ କିଲୋଗ୍ରାମ ବର୍ଗରେ ୧୫୮ କିଲୋଗ୍ରାମ ଓଜନ ଉଠାଇ ବ୍ରୋଞ୍ଜ ପଦକ ବିଜେତା ହୋଇଛନ୍ତି । ଇଜିପ୍ଟର ଓମାର ସାମି କ୍ବାରାଦା ଏହି ଇଭେଣ୍ଟରେ ୧୭୪ କିଲୋଗ୍ରାମ ଓଜନ ଉଠାଇ ସ୍ବର୍ଣ୍ଣ ପଦକ ହାତେଇଛନ୍ତି । ସେହିପରି ଭିଏତନାମର ଭନ କଙ୍ଗ୍ ଓନ୍ ୧୭୦ କିଲୋଗ୍ରାମ ଓଜନ ଉଠାଇ ରୌପ୍ୟ ପଦକ ବିଜେତା ହୋଇଛନ୍ତି ।
History created for India in Para @Powerlifting by Paramjit Kumar of Punjab as he wins #bronze ? at the on-going World Para Powerlifting Championship in Tbilisi, Georgia. Paramjit's 158KG Lift has created history! Cheer for @ParalympicIndia team as the championship continues! pic.twitter.com/J0qyFgq5Zi
— Deepa Malik (@DeepaAthlete) November 28, 2021
ଚଳିତ ବିଶ୍ବ ପାରା ପାୱାରଲିଫ୍ଟିଂ ଚାମ୍ପିଅନସିପ୍ରେ ଇତିହାସ ରଚିଲା ଭାରତ । ୧୫୮ କିଲୋଗ୍ରାମ ଓଜନ ଉଠାଇ ପ୍ରମୋଦ ବ୍ରୋଞ୍ଜ ବିଜୟୀ ହେବାସହ ଇତିହାସ ରଚିଛନ୍ତି । ଭାରତୀୟ ପାରା-ଅଲମ୍ପିକ୍ କମିଟିର ସଭାପତି ଦୀପା ମଲିକ ଟ୍ବିଟ୍ ଯୋଗେଁ ଏହି ସୂଚନା ଦେବାସହ ଅଭିନନ୍ଦନ ଜଣାଇଛନ୍ତି । ପୂର୍ବରୁ ମଧ୍ୟ ପରମଜିତ ନିଜର ପାୱାରଲିଫ୍ଟିଂ ଜଲୱା ଦେଖାଇସାରିଛନ୍ତି । ଇଣ୍ଡୋନେସିଆରେ ଆୟୋଜିତ ୨୦୧୮ ଏସିଆନ ପାରା ଗେମ୍ସରେ ୪୯ କିଲୋଗ୍ରାମ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ ପରମଜିତ ।