ଆଜିଠୁ ଦେଶରେ ଲାଗୁ ହେଲା ଏୟାରଟେଲ ପ୍ରିପେଡ ପ୍ଲାନର ବର୍ଦ୍ଧିତ ଦର
ନୂଆଦିଲ୍ଲୀ : ଏୟାର ପ୍ରିପେଡ ପ୍ଲାନ୍ସର ବର୍ଦ୍ଧିତ ଦର ଆଜିଠୁ ସାରା ଦେଶରେ ଲାଗୁ ହୋଇଛି । ଏଣିକି ଏୟାରଟେଲ ୟୁଜର୍ସଙ୍କୁ ପ୍ରିପେଡ ପ୍ଲାନ ପାଇଁ ଅଧିକ ଟଙ୍କା ଦେବାକୁ ହେବ । ରିପୋର୍ଟ ମୁତାବକ, ଏୟାରଟେଲ ତାର ସମସ୍ତ ପ୍ଲାନର ଦାମ୍ ରେ ୨୦ ରୁ ୨୫ ପ୍ରତିଶତ ବୃଦ୍ଧି କରିଛି । ଏବେ କମ୍ପାନୀର ସବୁଠାରୁ ଶସ୍ତା ପ୍ଲାନ ହେଉଛି ୯୯ ଟଙ୍କା, ଯାହା ପୂର୍ବରୁ ୭୯ ଟଙ୍କା ଥିଲା ।
୧୭୯ ଟଙ୍କିଆ ପ୍ଲାନ୍: ଏୟାରଟେଲର ଏହି ପ୍ଲାନ୍ ର ବୈଧତା ୨୮ ଦିନ ଯାଏଁ ରହିଛି । ଏଥିରେ ୟୁଜର୍ସଙ୍କୁ ମୋଟ ୨ଜିବି ଡାଟା ଏବଂ ୧୦୦ ଏସଏମଏସ ମିଳିବ । ଏହାସହିତ ଅନଲିମିଟେଡ କଲିଙ୍ଗ ସୁବିଧା ମଧ୍ୟ ରହିଛି ।
୨୯୯ ଟଙ୍କିଆ ପ୍ଲାନ୍: ଏହି ପ୍ଲାନରେ ନିୟମିତ ୫ଜିବି ଡାଟା ଏବଂ ୧୦୦ ଏସଏମଏସ ଏବଂ ଅନଲିମିଟେଡ କଲିଂ ସୁବିଧା ମିଳିବ । ୨୮ ଦିନ ଏହାର ବୈଧତା ।
୪୭୯ ଟଙ୍କିଆ ପ୍ଲାନ୍: ଏହି ପ୍ଲାନରେ ଅନଲିମିଟେଡ କଲିଂ ସାଙ୍ଗକୁ ନିୟମିତ ୧.୫ଜିିବି ଡାଟା ଏବଂ୧୦୦ ଏସଏମଏସ ରହିଛି । ୫୬ ଦିନ ଏହି ପ୍ଲାନର ବୈଧତା ।
୪୫୫ ଟଙ୍କିଆ ପ୍ଲାନ୍: ଏହି ପ୍ଲାନରେ ୬ିବି ଡାଟା ବ୍ୟବହାର ପାଇଁ ଦିଆଯିବ । ମାଗଣା କଲିଂ ସୁବିଧା ସହିତ ଏହି ପ୍ଲାନର ବୈଧତା ୮୪ ଦିନ ।
୫୪୯ ଟଙ୍କିଆ ପ୍ଲାନ୍ : ଅନଲିମିଟେଡ କଲିଂ ସହିତ ଏହି ପ୍ଲାନରେ ପ୍ରତିଦିନ ୨ଜିବି ଡାଟା ଏବଂ ୧୦୦ ଏସଏମଏସ ମିଳିବ । ଏହାର ବୈଧତା ୫୬ ଦିନ ।
୨୯୯୯ ଟଙ୍କିଆ ପ୍ଲାନ୍: ଏୟାରଟେଲର ଏହି ପ୍ଲାନ୍ ସବୁଠୁ ମହଙ୍ଗା ପ୍ଲାନ୍ । ଏଥିରେ ପ୍ରତିଦିନ ୨ଜିବି ଡାଟା ଏବଂ ୧୦୦ଏସଏମଏସର ସୁବିଧା ମିଳିବ । ଏହା ବ୍ୟତିତ ଅନଲିମିଟେଡ କଲିଙ୍ଗ ସୁବିଧା ସହିତ ଏହାର ବୈଧତା ୩୬୫ ଦିନ ରହିଛି ।