ଆଇସୋଲେସନ କୋଚ୍ ପାଇଁ ରାଜ୍ୟଗୁଡିକଠୁ କୌଣସି ଚାର୍ଜ ନେବ ନାହିଁ ରେଲଓ୍ଵେ
ନୂଆଦିଲ୍ଲୀ : କରୋନା ଭାଇରସ୍ର ଦ୍ଵିତୀୟ ଲହରରେ ପୂରା ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରତି ଦିନ ଦ୍ରୁତ ଗତିରେ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଉଦ୍ବେଗଜନକ ଭାବେ ବଢୁଥିବା ସଂକ୍ରମଣର ମୁକାବିଲାକୁ ଦୃଷ୍ଟିରେ ରଖି ବେଡ୍ ବଢାଇବା ପାଇଁ କେନ୍ଦ୍ର ସରକାର ରେଲଓ୍ଵେ କୋଚ୍ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏହା ମଧ୍ୟରେ ଉତ୍ତର ରେଲଓ୍ଵର ଜିଏମ ଆଶୁତୋଷ ଗଙ୍ଗଲ କହିଛନ୍ତି, ଆଇସୋଲେସନ କୋଚ୍ ପାଇଁ ରାଜ୍ୟଗୁଡିକଠୁ କୌଣସି ଶୁଳ୍କ ନିଆଯିବ ନାହିଁ। କରୋନା ମୁକାବିଲା ପାଇଁ ଅକ୍ସିଜେନ୍ ସିଲିଣ୍ଡର କିଣାଯାଇଛି। ପ୍ରତ୍ୟେକ କୋଚ୍ରେ ୨ ସିଲିଣ୍ଡର ପ୍ରଦାନ କରାଯିବ। ଏହା ପରେ ରାଜ୍ୟ ସରକାର ଦ୍ଵାରା ରିଫିଲିଙ୍ଗ ଏବଂ ଅନ୍ୟ ଦିଗ ଉପରେ ଧ୍ୟାନ ରଖିବାକୁ ପଡିବ। ଏନେଇ ରେଳମନ୍ତ୍ରୀ ପିୟୂଷ ଗୋଏଲ କହିଛନ୍ତି ଯେ, କୋଭିଡ୍-୧୯ ପାଇଁ ଆଇସୋଲେସନ କୋଚ୍ ପ୍ରସ୍ତୁତ। ରାଜ୍ୟଗୁଡିକର ଦାବି ଆଧାରରେ ରେଲଓ୍ଵେ ସମଗ୍ର ଦେଶରେ ପ୍ରାୟ ୩ ଲକ୍ଷରୁ ଅଧିକ ଆଇସୋଲେସନ ବେଡ୍ର ବ୍ୟବସ୍ଥା କରିଛି।