ଆଇଏସଏଲ ୨୦୨୧-୨୨ : ବେଙ୍ଗାଲୁରୁ ଏଫସିକୁ ହରାଇଲା ଓଡିଶା
ଭାସ୍କୋ : ଇଣ୍ଡିଆନ ସୁପର ଲିଗ୍ (ଆଇଏସଏଲ)-୨୦୨୧-୨୨ ସିଜନରେ ଓଡିଶା ଏଫସିର ଦମଦାର ବିଜୟ । ପ୍ରଥମ ମ୍ୟାଚ୍ ଖେଳିଥିବା ଓଡିଶା ଏଫସି ୩-୧ ଗୋଲ୍ରେ ବେଙ୍ଗାଲୁରୁ ଏଫସିକୁ ହରାଇଛି ।
We kick start our #HeroISL season with a sensational 3-1 win against Bengaluru FC. Thanks to Javi’s brace and super-sub Aridai’s majestic goal!#OdishaFC #ଆମଟିମ୍ଆମଗେମ୍ #ANewDawn #OFCBFC #ISL #LetsFootball pic.twitter.com/8odi4xuusJ
— Odisha FC (@OdishaFC) November 24, 2021
ତିଳକ ମଇଦାନ ଷ୍ଟାଡିୟମ ଭାସ୍କୋରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ବୁଧବାର ଦମଦାର ବିଜୟରୁ ଆଇଏସଏଲ ଅଭିଯାନ ଆରମ୍ଭ କରିଛି ଓଡିଶା । ମ୍ୟାଚ୍ ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତି ଆପଣାଇ ଖେଳିଥିବା ଓଡିଶା ଏଫସି । ମ୍ୟାଚ୍ ଆରମ୍ଭର ପ୍ରଥମ ୩ ମିନିଟରେ ହିଁ ଗୋଲ୍ କରିଥିଲା ଟିମ । ଜାଭି ହର୍ନାଣ୍ଡେଜ ଓଡିଶା ପକ୍ଷରୁ ଦୁଇଟି ଗୋଲ୍ କରି ବିଜୟର ହିରୋ ରହିଥିଲେ । ମ୍ୟାଚ୍ ଗୋଲ୍ ତୃତୀୟ ମିନିଟରେ ଓ ଦ୍ବିତୀୟ ଗୋଲ୍ ୫୧ ତମ ମିନିଟରେ କରିଥିଲେ ହର୍ନାଣ୍ଡେଜ । ବେଙ୍ଗାଲୁରୁ ପକ୍ଷରୁ ମ୍ୟାଚ୍ର ୨୧ତମ ମିନିଟ୍ରେ ଏକମାତ୍ର ଗୋଲ୍ ସ୍କୋର ଆଲାନ କୋଷ୍ଟା କରିଥିଲେ । ଭେଟେରାନ ସୁନୀଲ ଛେତ୍ରୀ ଗୋଲ୍ କରିବାକୁ ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇନଥିଲେ ।