ରାଜ୍ୟରେ ଏବେ ନୂଆ ଭାରିଆଣ୍ଟ ପାଇଁ ବିପଦ ନାହିଁ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : ବିଦେଶକୁ ଯିବାଆସିବା କାରଣରୁ ବିଶେଷ ଭାବରେ ସଂକ୍ରମିତ ବ୍ୟାପିଥାଏ । ଏବେ ସେହି ଦେଶମାନଙ୍କରୁ ଯିବା ଆସିବା ଉପରେ କଟକଣା ରହୁଛି । ତେବେ ଏନେଇ ବିଶେଷଜ୍ଞମାନେ ନିଜ ପ୍ରତିକ୍ରିୟା ରଖିଛନ୍ତି । କୋଭିଡ଼ ଯଦି ନିଜର ଭାରିଆଣ୍ଟ ପରିବର୍ତ୍ତନ କରେ ତେବେ ବିପଦ ଅଛି । ନୂଆ ଭାରିଆଣ୍ଟ ସେଠି ଆସି ନାହିଁ । ଓଡିଶାରେ ବିପଦଜନକ ଭାରିଆଣ୍ଟ ନାହିଁ ।
ନିରନ୍ତର ପରୀକ୍ଷା କରାଯାଉଛି । ନୂଆ ଭାରିଆଣ୍ଟ ଆସିଲେ ଜଣାପଡିବ । ଅନ୍ୟ ଦେଶର ସ୍ଥିତିକୁ ଆମର କଣ ହେବ । ଏବେ ଠାରୁ କିଛି କହିହେବ ନାହିଁ । ଆମେ ପ୍ରତିଦିନ ଟେଷ୍ଟିଙ୍ଗ କରୁଛୁ । ପଜିଟିଭି ସଂଖ୍ୟା ଉପରେ ନଜର ରଖୁଛୁ । ଲଂସେଣ୍ଟ ରିପୋର୍ଟ କୋଭାକସିନର ଏଫିକାସି ରେଟ ୫୦% ରିପୋର୍ଟ ଦେବା ପ୍ରସଙ୍ଗ । ଫ୍ରାନ୍ସରେ ହୋଇଥିବା ଷ୍ଟଡି ଅନୁଯାୟୀ କୋଭାକ୍ସିନ ୮୦%ରୁ ଅଧିକ ଏବଂ କୋଭିସିଲଡ଼ର ୯୫% ଏଫିକାସି ରେଟ ରହିଛି । ବିଭିନ୍ନ ଷ୍ଟଡିରେ ବିଭିନ୍ନ ତଥ୍ୟ ଆସିବ । ଶିକ୍ଷାନୁଷ୍ଠାନରେ କୋଭିଡ କଟକଣା କଡାକଡି ରହିଛି । ଆମର ପ୍ରତି ଏରିଆରେ ସର୍ଭିଲାନ୍ସ ଟିମ ମଧ୍ୟ ରହିଛି । ସୁନ୍ଦରଗଡ଼ ପରେ ଆଉ ସଂକ୍ରମଣ ବଢିନି । ଆମେ ତା ଉପରେ ନଜର ରଖୁଛୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।