ଆନ୍ଧ୍ରରେ ମୂଷଳଧାରା ବର୍ଷା, ୧୪ ମୃତ ୩୦ରୁ ଅଧିକ ନିଖୋଜ!
ଅମରାବତୀ : ଆନ୍ଧ୍ରପ୍ରଦେଶରେ ହୋଇଛି ପ୍ରଳୟଙ୍କାରୀ ବର୍ଷା । ମୂଷଳଧାରା ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଜୀବନହାନି ଘଟିଛି । ପ୍ରବଳ ବର୍ଷା ଯୋଗୁଁ ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷାରେ ୧୪ ରୁ ଅଧିକ ଲୋକ ପ୍ରାଣହରାଇ ଥିବାବେଳେ ୩୦ ରୁ ଅଧିକ ଲୋକ ନିଖୋଜ ଅଛନ୍ତି।
ଶୁକ୍ରବାର ସକାଳେ ଆନ୍ଧ୍ରପ୍ରଦେଶରେ ବିଭିନ୍ନ ଜିଲ୍ଲାରେ ମୂଷଳଧାରାରେ ପ୍ରଳୟଙ୍କାରୀ ବର୍ଷା ହୋଇଛି । ରାଜ୍ୟର କଡପ୍ପା, ଚିତ୍ତୁର,ଅନନ୍ତପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଫଳରେ ସାଧାରଣ ଜନଜୀବନ ମଧ୍ୟ ପ୍ରଭାବିତ ହୋଇଛି । ପ୍ରଳୟଙ୍କାରୀ ବର୍ଷା ବିଭିନ୍ନ ନଦୀରେ ବନ୍ୟାପାଣି ଆସିଛି । କଡପ୍ପା ଜିଲ୍ଲାରେ ବର୍ଷାରେ ଭାସିଯାଇଛି ଯାତ୍ରୀ ବାହୀ ବସ ଫଳରେ ବହୁ ଲୋକେ ମୃତ୍ୟୁବରଣ କରିଛନ୍ତି । ବସର କଣ୍ଡକ୍ଟର ସମେତ ପାସେଞ୍ଜର ମଧ୍ୟ ମୃତ୍ୟୁବରଣ କରିଛନ୍ତି ଏବଂ ବହୁତ ଲୋକ ନିଖୋଜ ଥିବା ଜଣାପଡିଛି । ସେହିପରି ଚିତ୍ତୁର ଜିଲ୍ଲାରେ ୫ ଜଣ ନିଖୋଜ ରହିଛନ୍ତି ଏବଂ ଆନନ୍ତପୁର ଜିଲ୍ଲାରେ ଗୋଟିଏ ଘର ଭାଙ୍ଗିବା ସହ ଘର ଭିତରେ ଥିବା ମହିଳା ମୃତ୍ୟୁବରଣ କରିଛନ୍ତି । ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟରେ ପ୍ରଳଙ୍କାରୀ ବନ୍ୟାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ରାଜ୍ୟର ବର୍ଷା ପ୍ରଭାବିତ ଅଞ୍ଚଳରେ ପ୍ରଶାସନ ଓ ଜରୁରୀକାଳିନ ଟିମ ଘଟଣା ସ୍ଥଳରେ ନିିୟୋଜିତ ହୋଇଛନ୍ତି । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ପ୍ରତି ମୃତକଙ୍କ ପରିବାର ପ୍ରତି ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କିରଛନ୍ତି । ସେହିପରି ବନ୍ୟା ପ୍ରଭାବିତ ପରିବାରକୁ ୨୦୦୦ ଟଙ୍କା ଲେଖାଏଁ ଦେବା ପାଇଁ ଘୋଷଣା କରିଛନ୍ତି ।