କୃଷି ଆଇନକୁ ରବ୍ଦ କରିବା ପ୍ରଧାନମନ୍ତ୍ରୀଙ୍କ ନିଷ୍ପତି ସର୍ବୋତମ ରାଜନୈତିକ ପଦକ୍ଷେପ : ଶାହା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତିନୋଟି ନୂତନ କୃଷି ଆଇନ ପ୍ରତ୍ୟାହାର ନିଷ୍ପତିକୁ ସ୍ୱାଗତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଏହାକୁ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି । କୃଷି ଆଇନ ସହ ଜଡ଼ିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ହେଉଛି ସର୍ବୋତମ ରାଜନୈତିକ ପଦକ୍ଷେପ ବୋଲି ସେ କହିଛନ୍ତି ।
ଶାହା ଟ୍ୱିଟ୍ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ, ଭାରତ ସରକାର ଆମର କୃଷକଙ୍କ ସେବା ଜାରି ରଖିବେ ଏବଂ ସେମାନଙ୍କ ଉଦ୍ୟମରେ ସେମାନଙ୍କୁ ସର୍ବଦା ସମର୍ଥନ କରିବେ ।