ୱାର୍କ ଲୋଡ ମ୍ୟାନେଜମେଣ୍ଟ ଏକ ବଡ ଚ୍ୟାଲେଞ୍ଜ, ଯାହାକୁ ସମାଧାନ କରିବା ଆମ ଦାୟିତ୍ୱ : ରାହୁଲ ଦ୍ରାବିଡ
ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ଭାରତୀୟ କ୍ରିକେଟ ଟିମ ଏକ ନୂଆ ଅଧ୍ୟାୟର ଆରମ୍ଭ କରିବାକୁ ଯାଉଛି । ଟିମ ଇଣ୍ଡିଆର ନୂଆ କୋଚ୍ ରାହୁଲ ଦ୍ରାବିଡ ଓ ଟି-୨୦ କ୍ୟାପଟେନ ରୋହିତ ଶର୍ମା ମଙ୍ଗଳବାର ଏକ ପ୍ରେସ କନଫରନେସ୍ କରିଥିଲେ । ଭବିଷ୍ୟତରେ ଭାରତୀୟ କ୍ରିକେଟ ଟିମ୍ କେଉଁ ଫର୍ମୁଲା ଉପରେ କାମ କରିବ, ଏହାକୁ ନେଇ କୋଚ୍ ଓ କ୍ୟାପଟେନ ନିଜ ନିଜର ପ୍ଲାନ ସାମ୍ନାରେ ରଖିଛନ୍ତି । ରାହୁଲ ଦ୍ରାବିଡ କହିଛନ୍ତି ଯେ, ୱାର୍କ ଲୋଡ ମ୍ୟାନେଜମେଣ୍ଟ ଏକ ବଡ ଚ୍ୟାଲେଞ୍ଜ । ଯାହାକୁ ସମାଧାନ କରିବା ଆମ ଦାୟିତ୍ୱ ।
କୋଚ୍ ରାହୁଲ ଦ୍ରାବିଡ କହିଛନ୍ତି ଯେ, ୱାର୍କ ଲୋଡ ମ୍ୟାନେଜମେଣ୍ଟ ଏବେ ଟିମର ଗୋଟିଏ ଭାଗ ଭାବେ ରହିଛି । ଏହା ଫୁଟବଲ ଭଳି ହୋଇଯାଇଛି ଯାହା ଲମ୍ବା ସିଜିନ ପର୍ଯ୍ୟନ୍ତ ଗୋଟିଏ ଖେଳାଳି ସବୁ ମ୍ୟାଚ୍ ଖେଳିନଥାଏ। ରାହୁଲ କହିଛନ୍ତି ଯେ, ଏହା କେମିତି ମ୍ୟାନେଜ ହେବ ଏହା ଟିମ୍ ଭିତରେ ହେଉ ବା ସିରିଜ୍ ରେ ଆରାମ ଦେଇ ଆଗକୁ ବଢିବେ। ତେବେ ଏହି ମନ୍ତବ୍ୟ ଉପରେ ରୋହିତ ଶର୍ମା କହିଛନ୍ତି ଯେ, ଖେଳାଳି ମେସିନ ନୁହଁନ୍ତି ଯେ, ଆସିବେ ଆଉ ଲଗାତାର ମ୍ୟାଚ୍ ଖେଳିଚାଲିବେ । ଖେଳାଳିଙ୍କୁ ବି ବିଶ୍ରାମ ଦରକାର କାରଣ ସେମାନେ ବିଶ୍ରାମ ନେଇ ଖେଳିବା ଉଚିତ୍ । ସେହିପରି କ୍ୟାପଟେନ ରୋହିତ ଶର୍ମା ପ୍ରେସ କନଫରେନ୍ସ ରେ କହିଛନ୍ତି ଯେ, ଟି-୨୦ ରେ ନିଜର ଖେଳର ତରିକା ଠିକ୍ କରିବାକୁ ପଡ଼ିବ । ଆମେମାନେ ଲମ୍ବା ସମୟ ପର୍ଯ୍ୟନ୍ତ ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିନାହୁଁ, ମାତ୍ର ଆମ ଟିମ ଭଲ ପ୍ରଦର୍ଶନ କରିଛି । ଏବେ ବି ଟିମରେ କିଛି କାମ ରହିଛି ଯାହା କରିବାକୁ ବାକି ରହିଛି । ଯାହା ପ୍ରତି ଟିମରେ ସେ ଅଭାବ ଟି ଦେଖାଦେଇଥାଏ। ରୋହିତ ଶର୍ମା କହିଛନ୍ତି ଯେ, ଆମେ ଅନ୍ୟ କୌଣସି ଟିମ ପରି କାମ କରିବାକୁ ଚାହୁଁନାହୁଁ । କାରଣ ନିଜର ଏକ ତରିକା ଆମେ ମାନେ ତିଆରି କରିବାକୁ ଚାହୁଁଛୁ। ଟି-୨୦ କ୍ୟାପଟେନ ରୋହିତ ଶର୍ମା କହିଛନ୍ତି ଯେ, ଯେଉଁ ଖେଳାଳି ଆସୁଛନ୍ତି ସେମାନେ ଅଲଗା ଅଲଗା ଦକ୍ଷତା ପ୍ରକାଶ କରିଥାନ୍ତି । ଏମିତି ଦେଖିବାକୁ ଗଲେ ଭାରତୀୟ ଟିମରେ ତାଙ୍କ ରୋଲ ଅଲଗା ହୋଇପାରେ । ସେଥିପାଇଁ ଆମକୁ ତାଙ୍କୁ ଭାରତୀୟ ଟିମ ପାଇଁ ପ୍ରସ୍ତୁତ କରିବାକୁ ପଡ଼ିବ । କାରଣ ଏହା ହିଁ ଗୁରୁତ୍ୱ ବହନ କରିଥାଏ । ଏଥିରେ କିଛି ସମୟ ଲାଗିପାରେ, କିଛି ମ୍ୟାଚ ପରେ ମଧ୍ୟ ଏହା ହୋଇପାରେ ମାତ୍ର ଆମେ ସେଥିପାଇଁ ପ୍ରସ୍ତୁତ।