ଆଇଏସ୍ଏଲ୍ ୨୦୨୧-୨୨ : ଇଣ୍ଡିଆନ୍ ସୁପର ଲିଗ୍ର ଏହି ସିଜିନରୁ କ’ଣ ଆଶା କରାଯାଏ ?
କୋଲକାତା : ଇଣ୍ଡିଆନ୍ ସୁପର ଲିଗ୍ ଅଷ୍ଟମ ସିଜନ୍ ଏବେ ଦୁଆର ନିକଟରେ କରାଘାତ କଲାଣି । ଗତ ସପ୍ତମ ସିଜନ୍ ଅପେକ୍ଷା ଏଥର ପ୍ରତିଦ୍ୱନ୍ଦୀତା ଦମଦାର୍ ହେବ ବୋଲି ଆଶା କରାଯାଉଛି । ଚଳିତ ସିଜନ୍ରେ ଏଥର କେତେକ ଟିମ୍ର ଖେଳାଳୀ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି । ଏଟିକେ ମୋହନ ବାଗାନ୍ ଦଳର ଖେଳାଳି ହ୍ୟୁଗୋ ବୋମସ୍ ଏବଂ ଅମରିନ୍ଦର ସିଂ, ନର୍ଥଇଷ୍ଟ ୟୁନାଇଟେଡ୍ ଦଳର ହରନାନ୍ ସାନ୍ତାନା, ଏସ୍ସି ଇଷ୍ଟବେଙ୍ଗଲ ଟିମ୍ର ଅରିନ୍ଦମ୍ ଭଟ୍ଟାଚାର୍ଯ୍ୟ, ଜାମସେଦ୍ପୁର ଏଫ୍ସି ଦଳର ଇସାନ୍ ପଣ୍ଡିତ ଏବଂ ଏଲି ସାବିଆ, ମୁମ୍ବାଇ ସିଟି ଏଫ୍ସି ଦଳର ଆଇଗର ଆଙ୍ଗୁଲୋ ଓ ଆପୁୟା ଏବଂ କେରଳ ବ୍ଲାଷ୍ଟର୍ସ ଦଳର ଏନେସ ସିପୋଭିକ୍ ଏଥର ଦଳ ପାଇଁ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି । ୨୦୨୧ ମାର୍ଚ୍ଚ ମାସରେ ଆୟୋଜିତ ପ୍ରଶିକ୍ଷଣ ଶିବିର ପରେ ପରେ ବିଭିନ୍ନ ଦଳରେ କେତେକ ପରିବର୍ତ୍ତନ କରାଯାଇଛି ।
ଚଳିତ ସିଜନ୍ ଆରମ୍ଭ ପୂର୍ବରୁ ଘରୋଇ ଖେଳାଳିମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଭାରତୀୟ ଫୁଟବଲ୍ ଇତିହାସରେ ଏଥର ମଧ୍ୟ କିଛି ଦଳ ବିଦେଶୀ ଫୁଟବଲ୍ ଖେଳାଳୀଙ୍କୁ ନିଜ ନିଜ ଦଳରେ ସାମିଲ୍ କରିଛନ୍ତି । ଯଦ୍ୱାରା ବିଭିନ୍ନ ରାଜ୍ୟର ଫୁଟବଲ୍ ଖେଳାଳୀମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇ ନାହିଁ । ଇଣ୍ଡିଆନ୍ ସୁପର ଲିଗ୍ ଟିମ୍ର ପ୍ରାରମ୍ଭିକ ଏକାଦଶରେ ୪ଜଣ ପ୍ରମୁଖ ଖେଳାଳୀଙ୍କୁ ସ୍ଥାନ ଦିଆଯାଇଛି ଏବଂ ସର୍ବାଧିକ ୬ଜଣଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ଜଣାପଡ଼ିଛି । ତେବେ ସେ ଯାହା ହେଉନା କାହିଁକି ଏଏଫ୍ସିର ନିୟମ ମୁତାବକ ଅତି କମ୍ରେ ଜଣେ ଏସୀୟ ବିଦେଶୀ ଖେଳାଳିଙ୍କୁ ପ୍ଲେୟିଙ୍ଗ୍ ଇଲେଭେନ୍ରେ ସ୍ଥାନ ଦେବା ପାଇଁ ଅନୁମତି ମିଳିଛି । ସେହିପରି ଟିମ୍ଗୁଡ଼ିକରେ ଜଣେ ଲେଖାଏଁ ଅତିରିକ୍ତ ଭାରତୀୟ ଫୁଟବଲ ଖେଳାଳୀଙ୍କୁ ସ୍ଥାନ ଦେବାକୁ କୁହାଯାଇଛି । ବିଗତ କିଛିବର୍ଷ ମଧ୍ୟରେ ସନ୍ଦେଶ, ଝିଙ୍ଘାନ, ଅନିରୁଦ୍ଧ ଥାପ୍ପା, ଆପୁୟାଙ୍କ ଭଳି ବହୁ ଭାରତୀୟ ଖେଳାଳି ନିଜର ଉତ୍ତମ ପ୍ରଦର୍ଶନ ମାଧ୍ୟମରେ ଆଇଏସ୍ଏଲ୍ ର୍ୟାଙ୍କ ହାସଲ କରି ରାଷ୍ଟ୍ରୀୟ ଫୁଟବଲ୍ ଦଳରେ ସାମିଲ୍ ହେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ତେବେ ଏହି ପରିବର୍ତ୍ତନ ଦ୍ୱାରା ଅନେକ ଦଳ ଭାରତୀୟ ଖେଳାଳିଙ୍କୁ ସେମାନଙ୍କ କଳାକୌଶଳ ପଡ଼ିଆରେ ପ୍ରଦର୍ଶନ କରିବାର ସୂଯୋଗ ପାଇବେ । ରେଫେରୀମାନଙ୍କ ମ୍ୟାଚ୍ ପରିଚାଳନାକୁ ପୂର୍ବରୁ ଦର୍ଶକମାନଙ୍କ ଦ୍ୱାରା ସମାଲୋଚନା କରାଯାଉଥିବା ବେଳେ ଏହି ପ୍ରସଙ୍ଗ ଉପରେ ଅଲ୍ ଇଣ୍ଡିଆ ଫୁଟବଲ ଫେଡ଼େରେସନ ହସ୍ତକ୍ଷେପ କରିବା ସହ ଅନେକ ଫୁଟବଲ କ୍ଲବକୁ ରେଫେରୀମାନ ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅଲ୍ଇଣ୍ଡିଆ ଫୁଟବଲ ଫେଡ଼େରେସନ କ୍ଲବ ସମୂହ ଏବଂ ରେଫେରୀମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ବିଶେଷ କରି ପଡ଼ିଆରେ ମ୍ୟାଚ୍ ଖେଳାଯିବା ସମୟରେ ସେମାନଙ୍କ ନିଷ୍ପତ୍ତି ସମ୍ପର୍କରେ କେତେକ ପରିବର୍ତ୍ତନ ଆଣିବା ପାଇଁ ପରାମର୍ଶ ଦେଇଥିଲେ । ଏସବୁ ବିବଦମାନ ପରିସ୍ଥିତି ଗତ ସିଜନ୍ରେ ଦେଖିବାକୁ ମିଳିଥିଲା ।
ତେଣୁ ଅଲ୍ ଇଣ୍ଡିଆ ଫୁଟବଲ ଫେଡ଼େରେସନର ସାଧାରଣ ସମ୍ପାଦକ କୁଶଲ ଦାସ ଏ ମର୍ମରେ କହିଥିଲେ କି, “ସତ କହିବାକୁ ଗଲେ ଆମ ରେଫେରୀ ମାନଙ୍କ ମ୍ୟାଚ୍ ପରିଚାଳନାରେ ସମସ୍ୟା ରହିଥିଲା । ମାତ୍ର ଅଲ୍ ଇଣ୍ଡିଆ ଫୁଟବଲ ଫେଡ଼େରେସନ, ଏଫ୍ଏସ୍ବିଏଲ୍ ଏବଂ ପିଜିଏମ୍ଓଏଲ୍ ରେଫେରୀମାନଙ୍କ ଖେଳ ପରିଚାଳନା ଏବଂ ସେମାନଙ୍କୁ କୋଚିଂ ଦେବା ଲାଗି ବ୍ୟବସ୍ଥା କରିଥିଲା । ଏଥିପାଇଁ ଅବଶ୍ୟ ଆଉ କିଛି ସମୟ ଲାଗିବ ।” ଏହାଦ୍ୱାରା ପଡ଼ିଆରେ କେତେକ ସଫଳତା ମିଳିବ ବୋଲି ଶ୍ରୀ ଦାସ ଆଶଶ ପ୍ରକାଶ କରିଥିଲେ । ଗୋଲ୍ଡେନ୍ ବୁଟ୍ ପ୍ରତିଯୋଗୀତା ପାଇଁ ଅଧିକ ଦୂରଦୃଷ୍ଟିର ଆବଶ୍ୟକତା ରହିଥିବା ବେଳେ ଷ୍ଟ୍ରାଇକର୍ ଭାବେ ୫ଜଣଙ୍କୁ ବଛା ଯାଇଛି । ଦର୍ଶକମାନେ ମୁମ୍ବାଇ ସିଟି ଏଫ୍ସିର ଖେଳାଳି ଆଇଗର ଆଙ୍ଗୁଲୋ, ହାଇଦ୍ରାବାଦ୍ ଏଫ୍ସିର ବାର୍ଥ ଲୋମିୟ, ଅଗବେଚେ ଓ ଏଟିକେ ମୋହନବାଗାନ୍ ଟିମ୍ର ରାୟକ୍ରୀଷ୍ଣ ଏବଂ ଅନ୍ୟ କେତେକ ଖେଳାଳିଙ୍କ ଖେଳ ପ୍ରଦର୍ଶନ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । ନୂତନ ପ୍ରତିଭାଧର ଖେଳାଳିମାନଙ୍କୁ ମଧ୍ୟ ଗୋଲ୍ ସ୍କୋର କରିବାର କଳାକୌଶଳ ଉପରେ ପ୍ରଶିକ୍ଷଣ ଦିଆଯାଇଛି ।