ଛେନା ମାଲପୁଆ
ଆବଶ୍ୟକ ସାମଗ୍ରୀ:
୧୦୦ଗ୍ରା. ଛେନା, ୧କପ୍ ମଇଦା, ଦେଢ଼ କପ୍ କ୍ଷୀର, ଅଳ୍ପ ଗୁଜୁରାତି ଗୁଣ୍ଡ, ୨ କପ୍ ଚିନି (ସିରା ପାଇଁ) ଛାଣିବା ନିମନ୍ତେ ରିଫାଇନ୍ ତେଲ, ୧ଛୋଟ ଚାମଚ ବେକିଂ ପାଉଡର ।
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଚିନିର ଅଳ୍ପ ବହଳିଆ ରସ ତିଆରି କରନ୍ତୁ । ଗୋଟିଏ ବଡ଼ ପାତ୍ରରେ ଛେନା ଓ ମଇଦା ଏକାଠି ମିଶାନ୍ତୁ । ସେଥିରେ କ୍ଷୀର ଢାଳି ନ ମିଶ୍ରଣକୁ ଟିକେ ବହଳିଆ କରି ଏହି ମିଶ୍ରଣରେ ବେକିଂ ପ୍ରଉଡର ଓ ଗୁଜୁରାତି ଗୁଣ୍ଡ ପକାଇ ଚକଟନ୍ତୁ । ଏବେ କଡ଼େଇରେ ତେଲ ଗରମ କରି ହାତରେ ଏହି ବିଶ୍ରଣକୁ ନେଇ ଚେପେଟା କରି ଛାଣନ୍ତୁ । ଏହା ବାଦାମୀ ରଙ୍ଗର ହୋଇ ଆସିଲେ କଡ଼େଇକୁ ଛାଣି ସଙ୍ଗେ ସଙ୍ଗେ ରସରେ ପକାଇ ଗରମ ଗରମ ପରଷନ୍ତୁ ।