ଜାରି ହେଲା ସୁନା-ରୁପାର ନୂଆ ଦାମ୍, ଜାଣନ୍ତୁ କେତେ ଟଙ୍କା ବଢ଼ିଲା
ନୂଆଦିଲ୍ଲୀ : ଜାରି ହେଲା ସୁନା-ରୁପାର ନୂଆ ଦାମ୍ ।ସୁନା ଓ ରୁପା ମୂଲ୍ୟରେ ବୃଦ୍ଧି ଘଟିଛି । ସେହିପରି ବୈଶ୍ୱିକ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ମଧ୍ୟ ବୃଦ୍ଧି ରେକର୍ଡ କରାଯାଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳିଛି । ଦେଶରେ ସୋମବାର ସୁନା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟି ନଥିଲା । ଅନ୍ୟପଟେ ବୁଧବାର ଦେଶରେ ୨୪ କ୍ୟାରେଟ ୧୦୦ ଗ୍ରାମ ସୁନା ଦରରେ ୧୧୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୭,୮୫୦ ଟଙ୍କାରେ ପହଞ୍ଚିଛି । ଯାହା ମଙ୍ଗଳବାର ଏହାର ମୂଲ୍ୟ ୪୭,୭୪୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୧୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୬,୮୫୦ ଟଙ୍କାରେ ପହଞ୍ଚିଛି । ମଙ୍ଗଳବାର ଏହାର ମୂଲ୍ୟ ୪୬,୭୪୦ ଟଙ୍କା ଥିଲା । ସେହିପରି ବୁଧବାର ଦେଶରେ ରୁପା ମୂଲ୍ୟ ବୃଦ୍ଧି ଘଟିଛି । ମଙ୍ଗଳବାର ଦେଶରେ ରୁପା ମୂଲ୍ୟରେ ହ୍ରାସ ଘଟି ଥିବାବେଳେ ବୁଧବାର ରୁପା ଦରରେ ୩୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ବୁଧବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୪,୭୦୦ ଟଙ୍କାରେ ପହଞ୍ଚିଛି । ଯାହା ବୁଧବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୪,୪୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୪୭୦ ଟଙ୍କାରେ ପହଞ୍ଚିଛି । ଯାହା ମଙ୍ଗଳବାର ୬,୪୪୦ ଟଙ୍କା ଥିଲା ।
ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱରରେ ସୁନା ମୂଲ୍ୟରେ ହ୍ରାସ ବୃଦ୍ଧି ଦେଖାଦେଇଛି । ସୋମବାର ଭୁବନେଶ୍ୱରରେ ସୁନା ଦର ସ୍ଥିର ରହିଥିଲା । ଅନ୍ୟପଟେ ମଙ୍ଗଳବାର ୧୦ ଗ୍ରାମ ସୁନାରେ ୪୫୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୯,୫୦୦ ଟଙ୍କାରେ ପହଞ୍ଚିଛି । ଯାହା ସୋମବାର ୧୦ ଗ୍ରାମ ସୁନା ମୂଲ୍ୟ ୪୯,୦୫୦ ଟଙ୍କାରେ ବନ୍ଦ ହୋଇଥିଲା । ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୨୬୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୪,୮୦୦ ଟଙ୍କା ପହଞ୍ଚିଛି । ଯାହା ସୋମବାର ଏହାର ମୂଲ୍ୟ ୪୫,୦୬୦ ଟଙ୍କା ଥିଲା । ସେହିପରି ଭୁବନେଶ୍ୱରରେ ରୁପା ମୂଲ୍ୟ ରେ ବୃଦ୍ଧି ରେକର୍ଡ କରାଯାଇଛି । ସୋମବାର ରାଜଧାନୀରେ ରୁପା ମୂଲ୍ୟରେ ହ୍ରାସ ଘଟିଥିଲା । ସେପଟେ ମଙ୍ଗଳବାର ରୁପା ଦରରେ ୩୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ମଙ୍ଗଳବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୪,୭୦୦ ଟଙ୍କାରେ ପହଞ୍ଚିଛି । ଯାହା ସୋମବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୪,୪୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୪୭୦ ଟଙ୍କାରେ ପହଞ୍ଚିଛି । ଯାହା ସୋମବାର ୬,୪୪୦ ଟଙ୍କା ଥିଲା ।