ବିଶାଳ ରକ୍ତଦାନ ଶିବିର, ୪୫୪ ୟୁନିଟ୍ ସଂଗୃହୀତ
ବାଲେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମୀ ଏବଂ ନେତୃତ୍ୱଙ୍କୁ ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ବିଭିନ୍ନ ସମାଜସେବା କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରମଦାନ ଏବଂ ସାମାଜିକ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ମଙ୍ଗଳବାର ସେବା କାର୍ଯ୍ୟକ୍ରମର ଶେଷ ଦିନ ଥିବାରୁ ବାଲେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ସ୍ଥାନୀୟ ଭେନ୍ୟା ପାରାଡ଼ାଇଜରେ ବିଧାୟକ ସ୍ୱରୂପ କୁମାର ଦାସଙ୍କ ନେତୃତ୍ୱରେ ଓଡ଼ିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ ଆନୁକୂଲ୍ୟରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ବିଧାୟକ ଶ୍ରୀ ଦାସ ଏହି ରକ୍ତଦାନ ଶିବିରକୁ ଉଦ୍ଘାଟନ କରିଥିଲେ । ବହୁ ଯୁବ, ଛାତ୍ର, ମହିଳା କର୍ମକର୍ତ୍ତା ଏହି ଶିବିରରେ ପହଞ୍ôଚ ରକ୍ତଦାନ କରିଥିଲେ ଏବଂ ମୋଟ୍ ୪୫୪ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।
ବ୍ଲକ ଚେୟାରମ୍ୟାନ ନାରାୟଣ ପ୍ରଧାନ, ବିଜେଡ଼ି ଟାଉନ ସଭାପତି ସନତ ଦାସ, ବ୍ଲକ ସଭାପତି ବସନ୍ତ ପଣ୍ଡା, ପୌର ଉପ ନଗରପାଳ ମନୋଜ ରାଉତ, ରାଜ୍ୟ ଯୁବ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ଟାଉନ ମହିଳା ସଭାପତି ମିନା ମହାନ୍ତି, ବ୍ଲକ ମହିଳା ସଭାପତି ଲିନା ସାହୁ, ଟାଉନ ଯୁବ ସଭାପତି ଉମାଶଙ୍କର ତିଆଡ଼ି, ବ୍ଲକ ଯୁବ ସଭାପତି ଦିଲୀପ ମହାନ୍ତି, ରଞ୍ଜନ ବାଗ, ରଞ୍ଜନ ପ୍ରଧାନ, ଯୁବ ନେତା ଶକ୍ତିପଦ ରାୟ, ପଙ୍କଜ ଅଗ୍ରୱାଲ, ରାଜଲଷ୍ମୀ ଚାଟାର୍ଜୀ, ଆଶ୍ରିତା ତରେଇ, ରୁନା ଦାସ, ମୋନାଲିସା ପାଣିଗ୍ରାହୀ, ଶାନ୍ତିଲତା ସାହୁ, ମିନା ବିଶ୍ୱାଳ ଗୌରବ ରାଉତ, ଦିଲୀପ ଦାସ, ଅନିମେଷ ଘୋଷ, ମନୋଜ ଦାସ, ଦିବ୍ୟସକ୍ତି ଜେନାଙ୍କ ସମେତ ବହୁ ପଞ୍ଚାୟତସ୍ତରୀୟ ସମସ୍ତ ପିଆର୍ଆଇ ମେମ୍ବର ଏବଂ ମ୍ୟୁନିସିପାଲିଟିର ସମସ୍ତ ପୂର୍ବତନ କାଉନ୍ସିଲର, ୱାର୍ଡ଼ ସଭାପତି ଏବଂ ସମସ୍ତ ନେତୃବୃନ୍ଦ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି । ବ୍ଲକ ବ୍ୟାଙ୍କ ଅଧିକାରୀ ଡା. ବସନ୍ତ କୁମାର ଉପାଧ୍ୟାୟ ଏବଂ ମେଡିକାଲ ଅଫିସର ଡା. ପ୍ରଶାନ୍ତ କୁମାର ଦାସ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ବିଧାୟକ ଶ୍ରୀ ଦାସ ସମସ୍ତ ରକ୍ତଦାତାଙ୍କୁ ଏହି ମହତ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିବାରୁ ଧନ୍ୟବାଦ ଜଣାଇଥିଲେ ।