ଅଡୁଆରେ ଶେର୍ଲିନ୍ ଚୋପ୍ରା : ମାନହାନୀ ମାମଲା ଦାୟର କଲେ ଶିଳ୍ପା ଓ ରାଜ
ମୁମ୍ବାଇ : ଶେର୍ଲିନ୍ ଚୋପ୍ରାଙ୍କ ଉପରେ ୫୦ କୋଟି ଟଙ୍କାର ମାନହାନୀ ମାମଲା ଦାୟର କଲେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା । ଅଶ୍ଳୀଳ ଭିଡିଓ ମାମଲାରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯିବା ପରେ ଶେର୍ଲିନ୍ ଚୋପ୍ରା ତାଙ୍କ ବିବୃତ୍ତି ହେତୁ ଚର୍ଚ୍ଚାରେ ରହିଥିଲେ। ଏପରିକି ସେ ରାଜ କୁନ୍ଦ୍ରାଙ୍କ ଉପରେ ଜବରଦସ୍ତି କରିଥିବା ଅଭିଯୋଗ ଆଣିଥିଲେ। ଏସବୁ ପରେ ଶେର୍ଲିନଙ୍କୁ ଶିଳ୍ପା ଏବଂ ରାଜଙ୍କ ଓକିଲ ଚେତାବନୀ ଦେଇଥିଲେ, ଏହା ପରେ ଶେର୍ଲିନ୍ ଶିଳ୍ପା ଏବଂ ରାଜ କୁନ୍ଦ୍ରାଙ୍କ ଉପରେ ମାନସିକ ତଥା ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ବର୍ତ୍ତମାନ ଏହାର ଜବାବରେ ରାଜ ଏବଂ ଶିଳ୍ପା ତାଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିଛନ୍ତି।
ସୂଚନା ଯେ, କୁନ୍ଦ୍ରା ଦମ୍ପତି ଶେର୍ଲିନଙ୍କ ବିରୋଧରେ ୫୦ କୋଟି ଟଙ୍କା ମାନହାନୀ ମାମଲା ଦାୟର କରିଛନ୍ତି। ସେମାନଙ୍କ ଅଫିସିଆଲି ବିବୃତ୍ତି ଅନୁଯାୟୀ, ରାଜ କୁନ୍ଦ୍ରା ଏବଂ ଶିଳ୍ପା ଶେଟ୍ଟୀଙ୍କ ବିରୋଧରେ ଶେର୍ଲିନ ଚୋପ୍ରାଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଅଭିଯୋଗ ମିଥ୍ୟା, ମନଗଢା ଅଟେ। ଏହି ଅଭିଯୋଗର କୌଣସି ପ୍ରମାଣ ନାହିଁ। ଶେର୍ଲିନ ଟଙ୍କା ଲୁଟିବା ଏବଂ ରାଜ-ଶିଳ୍ପାଙ୍କୁ ବଦନାମ କରିବା ପାଇଁ ଏସବୁ କରିଛନ୍ତି। ଶେର୍ଲିନଙ୍କ ବିରୋଧରେ ହୋଇଥିବା ମାମଲାରେ ଏହା ମଧ୍ୟ କୁହାଯାଇଛି ଯେ ଏପ୍ରିଲ ମାସରେ ଶେର୍ଲିନ ଶିଳ୍ପା ଶେଟ୍ଟୀଙ୍କୁ କହିଥିଲେ, ସେ ଦେଇଥିବା ଅଭିଯୋଗ ମିଥ୍ୟା ଅଟେ ଏବଂ ଓକିଲ ରାଜଙ୍କ ବିରୋଧରେ ଅପରାଧିକ ଅଭିଯୋଗ ଲେଖିବାକୁ କହିଥିଲେ।