ପୁଣି ଥରେ ବିସ୍ଫୋରଣରେ ଥରିଲା କାବୁଲ, ମୃତାହତଙ୍କ ସୂଚନା ନାହିଁ
କାବୁଲ : ପୁଣି ଥରେ ବିସ୍ଫୋରଣରେ ଥରିଲା ଆଫଗାନିସ୍ତାନର ରାଜଧାନୀ କାବୁଲ ମାଟି । ବୁଧବାର କାବୁଲର ଦେହମାଜଙ୍ଗ ଛକ ନିକଟରେ ଏକ ବଡ଼ ଧରଣର ବିସ୍ଫୋରଣ । ଏହି ବିସ୍ଫୋରଣରେ କେତେ ମୃତ୍ୟୁ ତଥା କେତେ ଲୋକ ଆହତ ହୋଇଛନ୍ତି ସେ ସମ୍ପର୍କରେ ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ । ଏଥିସହ ତାଲିବାନ ପ୍ରଶାସନ ମଧ୍ୟ ମୃତକଙ୍କ ସଂଖ୍ୟା ଦେବାକୁ ମନା କରି ଦେଇଛି ।
ସୂଚନା ଯେ, ସକାଳ ପ୍ରାୟ ୭ଟା ୫୦ ମିନିଟ ସମୟରେଦେହମାଜଙ୍ଗ ଅଞ୍ଚଳରେ ଏକ ବଡ଼ ଧରଣର ବିସ୍ଫୋରଣ ଶବ୍ଦ ଶୁଭିଥିଲା । ଶବ୍ଦର ମାତ୍ରା ଏତେ ବ୍ୟାପିଥିଲା ଯେ, ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । ଏଥିସହିତ କିଛି ଲୋକ କହିଛନ୍ତି ଯେ ଏହି କାରରେ ହୋଇଥିଲା ଏହି ବିସ୍ଫୋରଣ । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ତାଲିବାନ ସୁରକ୍ଷା ବାହିନୀର ଗାଡି ଏହି ଅଞ୍ଚଳ ଆଡକୁ ଯାଉଥିଲା । ସାକ୍ଷୀମାନେ କହିଛନ୍ତି ଯେ ତାଲିବାନ ସୈନ୍ୟବାହିନୀ ମଙ୍ଗଳବାର ଦିନ କାବୁଲ ସହରରେ ଅନେକ ଚେକପଏଣ୍ଟ ସ୍ଥାପନ କରି ସହରର ବିଭିନ୍ନ ସ୍ଥାନରେ ମୁଖ୍ୟ ରାସ୍ତା ଦେଇ ଯାଉଥିବା ପ୍ରତ୍ୟେକ ଗାଡି ଯାଞ୍ଚ କରିଥିବାରୁ ଏକ ସମ୍ଭାବ୍ୟ ଆକ୍ରମଣ ପାଇଁ ପୂର୍ବରୁ ସତର୍କ ହୋଇସାରିଛି । ତେବେ ତାଲିବାନ ପ୍ରଶାସନ ଏହି ଘଟଣା ସମ୍ପର୍କରେ କୌଣସି ସୂଚନା ଦେବାକୁ ମନା କରିଦେଇଛି । ଅଗଷ୍ଟ ମଧ୍ୟଭାଗରେ ତାଲିବାନ ଦାୟିତ୍ୱ ଗ୍ରହଣ କରିବା ପରେ ଆଫଗାନିସ୍ତାନରେ ସୁରକ୍ଷା ପରିସ୍ଥିତି ସାଧାରଣତଃ ଶାନ୍ତ ରହିଥିଲା କିନ୍ତୁ ଅନିଶ୍ଚିତତା ମଧ୍ୟରେ ରହିଥିଲା । ପ୍ରକାଶ ଥାଉକି, ଗତ ସପ୍ତାହରେ ଅନେକ ଆଫଗାନିସ୍ତାନ ପ୍ରଦେଶରେ ଇସଲାମିକ୍ ଷ୍ଟେଟ୍ ସଂପୃକ୍ତ ଆତଙ୍କବାଦୀଙ୍କ ଦ୍ୱାରା ମାରାତ୍ମକ ବୋମା ଆକ୍ରମଣ ହୋଇଛି ।