ଦେଶର ସବୁଠାରୁ ପ୍ରଦୂଷିତ ସହର ତାଲିକାର ପ୍ରଥମ ସ୍ଥାନରେ ଉତ୍ତରପ୍ରଦେଶର ବାଗପାତ
ନୂଆଦିଲ୍ଲୀ : ବୃଦ୍ଧି ହେଉଛି ବାୟୁ ପ୍ରଦୂଷଣ । ଦେଶର ଅନେକ ସହରରେ ବାୟୁ ପ୍ରଦୂଷଣ ଯୋଗୁଁ ପରିସ୍ଥିତି ଏବେ ଉଦବେଗଜନକ ହୋଇପଡିଛି । ପୁଣି ଥରେ ଦିଲ୍ଲୀ ବ୍ୟତୀତ ହରିୟାଣା ଏବଂ ଉତ୍ତରପ୍ରଦେଶର ଅନେକ ସହରରେ ପ୍ରଦୂଷଣ ଉଦବେଗଜନକ ସ୍ତରରେ ପହଞ୍ଚିଛି । ଦେଶର ସବୁଠାରୁ ପ୍ରଦୂଷିତ ସହର ତାଲିକାରେ ଉତ୍ତରପ୍ରଦେଶର ବାଗପାତ ପ୍ରଥମ ସ୍ଥାନରେ ରହିଛି ।
ଦେଶର ଚାରିଟି ପ୍ରଦୂଷିତ ସହର ମଧ୍ୟରୁ ଉତ୍ତରପ୍ରଦେଶର ୩ଟି ସହର ଅନ୍ତଭୁର୍କ ଅଟେ । ବାଗପାତର ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ ଅତିକ୍ରମ କରିସାରିଛି । ସେହିପରି ଦିଲ୍ଲୀର ବାୟୁ ମଧ୍ୟ ଅତ୍ୟନ୍ତ ପ୍ରଦୂଷଣ ହୋଇଯାଇଛି । ଦେଶର ୧୦ଟି ପ୍ରଦୂଷିତ ସହର ମଧ୍ୟରୁ ପାଞ୍ଚଟି ହରିୟାଣାରେ ଏବଂ ତିନୋଟି ଉତ୍ତରପ୍ରଦେଶରେ ରହିଛି । ଏଥିସହିତ ରାଜସ୍ଥାନର ଏକ ସହର ତଥା ଦେଶର ରାଜଧାନୀ ଦିଲ୍ଲୀ ମଧ୍ୟ ଅନ୍ତର୍ଭୁକ୍ତ । ପ୍ରଦୂଷଣ ୧୦ଟି ସହର ମଧ୍ୟରୁ ଅନ୍ୟ ୯ଟି ସହରର ଅବସ୍ଥା ମଧ୍ୟ ଶୋଚନୀୟ । ସେହିପରି ସମସ୍ତ ସହରର ସ୍ତର ୩୦୦ରୁ ୪୦୦ ମଧ୍ୟରେ ରହିଛି । ଏହା ବହୁତ ଖରାପ ବୋଲି ବିବେଚନା କରାଯାଏ । ତେବେ ବାୟୁ ଗୁଣବତ୍ତା ସୂଚକାଙ୍କ ଅନୁଯାୟୀ, ଦେଶର ପ୍ରଦୂଷିତ ସହର ମଧ୍ୟରେ ଗାଡିଆବାଦରେ ଏକ୍ୟୁଆଇ ୩୯୩ରେ ରହିଛି । ଏଥିସହିତ ପାନପତରେ ତୃତୀୟ ସ୍ଥାନ, ନୋଏଡା ଚତୁର୍ଥ ସ୍ଥାନ, ଗୁରୁଗ୍ରାମ ପଞ୍ଚମ ସ୍ଥାନ ଏବଂ ଦିଲ୍ଲୀ ଷଷ୍ଠ ସ୍ଥାନରେ ରହିଛି ।