ଏନକାଉଂଟରରେ ଟପ୍ ଜୈସ୍ କମାଣ୍ଡର ଶାମ ସୋଫି ନିହତ
ଶ୍ରୀନଗର: ଜମ୍ମୁ-କଶ୍ମୀରର ଅୱନ୍ତିିପୋରା ଠାରେ ହୋଇଥିବା ଏକ ଏନକାଉଂଟରରେ ଜୈସ୍-ଏ-ମହମ୍ମଦ (ଜେଇଏମ୍)ର କୁଖ୍ୟାତ ଆତଙ୍କବାଦୀ କମାଣ୍ଡର ନିହତ ହୋଇଛି । ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଅୱନ୍ତିପୋରାର ଟ୍ରାଲ ଅଂଚଳର ତିଲୱାନି ମୋହାଲା ଠାରେ ଘଟଥିବା ଗୁଳି ବିନିମୟ ଘଟଣାରେ ପ୍ରାଣ ହରାଇଛି ଏହି ଟପ୍ ଜୈସ୍ କମାଣ୍ଡର ଶାମ ସୋଫି । ଟପ୍ ଜୈସ୍ କମାଣ୍ଡର ଶାମ ସୋଫିର ନିହତ ହେବା ଘଟଣାକୁ ଏକ ବଡ଼ ସଫଳତା ବୋଲି କହିଛନ୍ତି କଶ୍ମୀରର ପୁଲିସ୍ ଇନ୍ସପେକ୍ଟର ଜେନେରାଲ ବିଜୟ କୁମାର । ଆଇଜି ବିଜୟ କୁମାର କହିଛନ୍ତି ଯେ ନିହତ ଆତଙ୍କବାଦୀ ସୋଫି ବିଦେଶୀ ଜେଏମ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିଲା । ସୋଫିକୁ ପ୍ରଥମେ ୨୦୦୪ରେ ଗିରଫ କରାଯାଇଥିଲା ।
ଏହି ଅପରେସନକୁ ବଡ଼ ସଫଳତା ବୋଲି କହିଛନ୍ତି କଶ୍ମୀର ପୋଲିସ୍ ଇନସପେକ୍ଟର ଜେନେରାଲ ବିଜୟ କୁମାର। ନିହତ ଆତଙ୍କବାଦୀ ସୋଫି ବିଦେଶୀ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିଲା। ସୋଫିକୁ ପ୍ରଥମେ ୨୦୦୪ରେ ଗିରଫ କରାଯାଇଥିଲା। ଜେଲରୁ ବାହାରିବା ପରେ ସେ ସକ୍ରିୟ ହୋଇଥିଲା ଏବଂ ଜୈସ୍ ଆତଙ୍କବାଦୀଙ୍କ ଅନେକ ହମଲାରେ ଜଡ଼ିତ ଥିଲା। ସୂଚନାଯୋଗ୍ୟ, ଗତ କିଛିଦିନ ଧରି ଜମ୍ମୁ-କାଶ୍ମୀରରେ ଲଗାତର ଭାବେ ଏନକାଉଣ୍ଟର ହେଉଛି । ଗତ ୩ ଦିନ ତଳେ ଆତଙ୍କବାଦୀଙ୍କ ଆକ୍ରମଣରେ ୫ ଯବାନ ସହିଦ ହୋଇଥିଲେ । ଏହାପରେ ଭାରତୀୟ ସେନା ପକ୍ଷରୁ କଡା ଜବାବ ଦିଆଯାଇଥିଲା । ଏନଆଇଏ ମଧ୍ୟ ଅନେକ ସ୍ଥାନରେ ଆତଙ୍କୀ ଲିଙ୍କରେ ଚଢଉ କରିଥିଲା ।