ଆଇପିଏଲ୍-୨୦୨୧ : ପ୍ରଥମ କ୍ବାଲିଫାୟର ମ୍ୟାଚରେ ଟସ୍ ଜିତି ଚେନ୍ନାଇର ବୋଲିଂ ନିଷ୍ପତ୍ତି
ଦୁବାଇ : ଭାରତ ଓ ୟୁଏଇ ଚରଣରେ ୫୬ଟି ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବା ପରେ ରବିବାର ଠାରୁ ଆଇପିଏଲ୍-୧୪ର ପ୍ଲେ ଅଫ୍ ଆରମ୍ଭ ହେଉଛି। କ୍ୱାଲିଫାୟର-୧ରେ ଆଜି ଅଭିଜ୍ଞ ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ଯୁବ ଖେଳାଳି ସମୃଦ୍ଧ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଛନ୍ତି। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଟସ୍ ଜିଣି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରୁଛି।
#CSK have won the toss and they will bowl first against #DelhiCapitals in #Qualifier1
— IndianPremierLeague (@IPL) October 10, 2021
Live – https://t.co/38XLwtuZDX #VIVOIPL pic.twitter.com/GmQXfdAXFY
ସବାଧିକ ୨୦ ପଏଣ୍ଟ ହାସଲ କରି ଲିଗ୍ ଶ୍ରେଷ୍ଠ ଦଳ ଭାବେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ ଅଫ୍କୁ ଯାଇଛି। ସେପଟେ ଆରସିବି ସହ ସମାନ ୧୮ ପଏଣ୍ଟ ପାଇଥିଲେ ମଧ୍ୟ ଉନ୍ନତ ନେଟ୍ ରନ୍ ରେଟ୍ ଆଧାରରେ ଚେନ୍ନାଇ ଦ୍ଵିତୀୟ ସ୍ଥାନରେ ରହି କ୍ୱାଲିଫାୟର-୧ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ତେବେ ପ୍ଲେ ଅଫ୍ ଓ ଫାଇନାଲ୍ ଖେଳିବା ଦୃଷ୍ଟିରୁ ଦିଲ୍ଲୀଠାରୁ ଚେନ୍ନାଇ ଢେର ଆଗରେ ରହିଛି। ସେହି ଦୃଷ୍ଟିରୁ ଚେନ୍ନାଇ ଚମକକୁ ଫିକା କରିବାକୁ ହେଲେ ଦିଲ୍ଲୀକୁ ଦୃଢ଼ତାର ପରିଚୟ ଦେବାକୁ ହେବ। ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରେରଣାଦାୟୀ ନେତୃତ୍ୱ ଓ ବଳିଷ୍ଠ ରଣନୀତିକୁ ନିଷ୍ଫଳ କରିବାକୁ ହେଲେ ଦିଲ୍ଲୀର ଯୁବ ଅଧିନାୟକ ଋଷଭ ପନ୍ତଙ୍କ ଅଧିନାୟକତ୍ୱରେ ଦିଲ୍ଲୀକୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ। ଚେନ୍ନାଇ ପୂର୍ବରୁ ୮ ଥର ଫାଇନାଲ୍ ଖେଳି ୩ ଥର ବିଜେତା ହୋଇଛି। ଅନ୍ୟପକ୍ଷରେ ଦିଲ୍ଲୀ ମାତ୍ର ଥରେ ଫାଇନାଲ୍ ଖେଳି ନିଜ ପ୍ରଥମ ଟ୍ରଫି ବିଜୟ ଲକ୍ଷ୍ୟରେ ରହିଛି।
ଚେନ୍ନାଇ ସୁପର କିଙ୍ଗସ୍: ଫାଫ୍ ଡୁ ପ୍ଲେସିସ୍, ଋତୁରାଜ ଗାୟକୱାଡ୍, ମୋଇନ୍ ଅଲୀ, ଅମ୍ବାତି ରାୟୁଡୁ, ରବିନ୍ ଉଥାପ୍ପା, ମହେନ୍ଦ୍ର ସିଂ ଧୋନୀ (କ୍ୟାପଟେନ), ଡ୍ବେନ୍ ବ୍ରାଭୋ, ରବୀନ୍ଦ୍ର ଜାଡେଜା, ଦୀପକ ଚହର, ଶାର୍ଦ୍ଦୁଲ ଠାକୁର, ଜୋଶ ହେଜେଲେଉଡ୍
ଦିଲ୍ଲୀ କ୍ୟାପିଟାଲ୍ସ : ପୃଥ୍ବୀ ସ’, ଶିଖର ଧାୱନ, ଶ୍ରେୟସ୍ ଆୟର, ଋଷଭ ପନ୍ତ (ଅଧିନାୟକ), ସିମ୍ରନ୍ ହେଟମାୟର, ଅକ୍ଷର ପଟେଲ, ରବିଚନ୍ଦ୍ରନ୍ ଅଶ୍ୱିନ୍, କାଗିସୋ ରାବାଡା, ଟମ୍ କରନ୍, ଏନ୍ରିଚ୍ ନର୍ଟେଜ୍, ଅବେସ ଖାନ୍