ଇଡ଼ିରେ ହାଜର ହେବା ନେଇ ପୁଣି ସମୟ ମାଗିଲେ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଝିଅ
ଭୁବନେଶ୍ୱର : ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଝିଅଙ୍କୁ ହାଜର ହେବାକୁ ଇଡ଼ି ନୋଟିସ କରିଥିଲା । କିନ୍ତୁ ଏଥିରେ ସେମାନେ ହାଜର ନ ହୋଇ ଓକିଲଙ୍କ ଜରିଆରେ ପୁଣି ସମୟ ମାଗିଛନ୍ତି ।
ସେପଟେ ଆୟ ବହିର୍ଭୂତ ବିପୁଳ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ଆଇଏଫ୍ଏସ ଅଫିସର ଅଭୟକାନ୍ତ ପାଠକ । ଏବେ ସେ ଜେଲ୍ରେ ଅଛନ୍ତି । ତେବେ ଗତ ମଙ୍ଗଳବାର ଅଭୟକାନ୍ତ ପାଠକଙ୍କୁ ପ୍ରାୟ ୧୨ ଘଣ୍ଟା ଜେରା କରିଥିଲା ଇଡ଼ି । ସକାଳ ୯ଟାରୁ ରାତି ୯ଟା ଯାଏଁ ଜେରା କରିଥିଲା । ବିଭିନ୍ନ ଆର୍ଥିକ କାରବାର ନେଇ ଇଡ଼ି ଖୋଲତାଡ଼ ଜାରି ରଖିଛି । ଭିଜିଲାନ୍ସର ସୁପାରିସ ଆଧାରରେ ଇଡି ଅଭୟକାନ୍ତଙ୍କ ଆର୍ଥିକ କାରବାରର ଛାନ୍ଭିନ୍ ଜାରି କରୁଛି । ସୂଚନା ଯେ, ୨୦୨୦ ନଭେମ୍ବର ମାସରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପାଠକଙ୍କ ବିଭିନ୍ନ ଘର ଓ ଅଫିସ ଉପରେ ଚଢ଼ଉ କରିଥିଲା । ଏହି ଚଢାଉରେ ବିପୁଳ ପରିମାଣର ସମ୍ପତ୍ତିର ସନ୍ଧାନ ମିଳିଥିଲା। ପରେ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କୁ ଗିରଫ କରାଯାଇଥିଲା । ସେହିପରି ଏହି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମଧ୍ୟ ଗିରଫ କରାଯାଇଛି ।