ଶ୍ରୀଜିଉଙ୍କୁ ଦର୍ଶନ କଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନଭି ରମଣା
ପୁରୀ : ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନଭି ରମଣା । ସିଜେଆଇଙ୍କୁ ସ୍ୱାଗତ କଲେ ଛତିଶା ନିଯୋଗ ମହାନାୟକ ଏବଂ କୌଳିକ ପଣ୍ଡା । ଶ୍ରୀନହରଠାରୁ ଶ୍ରୀମନ୍ଦିର ଯାଏ ଚାଲି ଚାଲି ଆସିଲେ ମୁଖ୍ୟ ବିଚାରପତି । ସିଜେଆଇ ଏନଭି ରମଣାଙ୍କ ସହ ହାଇକୋର୍ଟ ମୁଖ୍ୟ ବିଚାରପତି ବି ଶ୍ରୀଜିଉଙ୍କୁ ଦର୍ଶନ କଲେ । ସିଜେଆଇଙ୍କ ସାଥିରେ ଅଛନ୍ତି ଜିଲା ଜଜ୍, ୫-ଟି ସଚିବ ଭି.କେ ପାଣ୍ଡିଆନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର, ପୁରୀ ଜିଲାପାଳ, ଏସ୍ପି , ଛତିଶା ନିଯୋଗ ସେବାୟତ ପ୍ରତିନିଧି ପ୍ରମୁଖ ଉପସ୍ଥିତ । ଏହାସହ ଗଲାବେଳେ ଅରୁଣ ସ୍ତମ୍ଭ ନିକଟରେ ୫୦୦ ଟଙ୍କା ଦାନ କରିଛନ୍ତି ।
ସୂଚନା ଯେ, ଶୁକ୍ରବାର ସନ୍ଧ୍ୟାରେ ଆସି ପୁରୀରେ ପହଂଚିଥିଲେ ପ୍ରଧାନ ବିଚାରପତି ଏନ ଭି ରାମାନ୍ନା । ପହଂଚିବା ପରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭି.କେ ପାଣ୍ଡିଆନ ସ୍ବାଗତ କରିଥିଲେ । ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଜିଲ୍ଲାପାଳ ଓ ଏସପି ତାଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ । ପରେ ପ୍ରାୟ ରାତି ଏଗାରଟାରେ ପ୍ରଧାନ ବିଚାରପତି ଶ୍ରୀମନ୍ଦିର ଚତୁର୍ପାଶ୍ୱ ବୁଲି ଦେଖିଥିଲେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହୁଡ଼ ହୋଇଥିବାରୁ ଶ୍ରୀମନ୍ଦିର ଭିତରକୁ ନଯାଇ ସିଂହଦ୍ବାର ସମ୍ମୁଖ ଅଂଚଳରେ ବୁଲିଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତାଙ୍କୁ ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ଚାଲିଥିବା ହେରିଟେଜ କରିଡୋର ଓ ସୁରକ୍ଷା ଜୋନର କାମ ସମ୍ପର୍କରେ ଅବଗତ କରିଥିଲେ।