ଆଇଆଇଟି ସାଇବର ସୁରକ୍ଷା ଉପରେ ପ୍ରତିଷ୍ଠା କଲା ଚେୟାର
ନୂଆଦିଲ୍ଲୀ : ଇଣ୍ଡିଆନ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ସାଇବର ସୁରକ୍ଷା କ୍ଷେତ୍ରରେ ଶିକ୍ଷାଦାନ, ଅନୁସନ୍ଧାନ ଏବଂ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଦିଲ୍ଲୀ ଏକ ଚେୟାର ସ୍ଥାପନ କରିଛି । ଆଇଆଇଟି ଦିଲ୍ଲୀର ଛାତ୍ର, ୧୯୭୫ ବ୍ୟାଚ୍ (ବି.ଟେକ୍, ଇଲେକ୍ଟ୍ରିକାଲ ଇଂଜିନିୟରିଂ) ସୁରେଶ ଏମ ଶିବଦାସାନୀ ତାଙ୍କ ମାମୁଁଙ୍କ ସମ୍ମାନାର୍ଥେ ସାଇବର ସୁରକ୍ଷା ପାଇଁ ଶ୍ରୀ ଜି.କେ. ଚନ୍ଦ୍ରମଣି ଚେୟାର କୁ ସମର୍ଥନ କରିଛନ୍ତି ।