ଆଇପିଏଲ-୨୦୨୧ରେ ପୁଣି ପଶିଲା କରୋନା : ହାଇଦ୍ରାବାଦ ଖେଳାଳି ଟି. ନଟରାଜନ ସଂକ୍ରମିତ
ନୂଆଦିଲ୍ଲୀ : ଆଇପିଏଲର ପିଛା ଛାଡ଼ୁନି କରୋନା । କରୋନା କାରଣରୁ ଆଇପିଏଲ ୨୦୨୧ ବାତିଲ୍ ହେବା ପରେ ସେପ୍ଟେମ୍ବର ୧୯ରୁ ଏହାର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ଏବେ ପୁଣି ଆଇପିଏଲରେ କରୋନାର ଏଣ୍ଟ୍ରୀ ହୋଇଛି। ଆଇପିଏଲ୍ ଫ୍ରାଞ୍ଚାଇଜି ସନରାଇଜର୍ସ ହାଇଦ୍ରାବାଦ ଟିମର ଷ୍ଟାର୍ ପେସ୍ ବୋଲର ଟି. ନଟରାଜନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର କୋଭିଡ୍-୧୯ ଟେଷ୍ଟ କରାଯାଇଥିଲା ଏବଂ ଏହାର ରିପୋର୍ଟ ପଜିଟିଭ୍ ଆସିଛି। ଯାହା ପରେ ନଟରାଜନ ନିଜକୁ ଆଇସୋଲେଟ୍ କରିନେଇଛନ୍ତି। ତେବେ ତାଙ୍କ ଭିତରେ କରୋନାର ସେଭଳି କୌଣସି ଲକ୍ଷଣ ନଥିବା ଜଣାପଡ଼ିଛି।
ନରାଇଜର୍ସ ହାଇଦ୍ରାବାଦର ଦ୍ରୁତ ବୋଲର ଟି ନଟରାଜନ କୋଭିଡ୍-୧୯ ଟେଷ୍ଟରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ନିଜକୁ ବାକି ଦଳ ସଦସ୍ୟଙ୍କଠୁ ଆଇସୋଲେଟ୍ କରିଛନ୍ତି। ଆଇପିଏଲ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବାକି ସଦସ୍ୟଙ୍କ ଆରଟି ପିସିଆର ଟେଷ୍ଟ ନେଗେଟିଭ୍ ଆସିଛି। ତେଣୁ ଆଜି ଖେଳା ଯିବାକୁ ଥିବା ମ୍ୟାଚ୍ ରଦ୍ଦ କରାଯିବ ନାହିଁ। ଆଜିର ମୁ କାବିଲାରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଟି ନଟରାଜନ ଓ ବିଜୟ ଶଙ୍କର ଖେଳି ପାରିବେ ନାହିଁ। ଟି ନଟରାଜନଙ୍କଠାରେ କୌଣସି ଲକ୍ଷଣ ନଜର ଆସିନାହିଁ। ଡାକ୍ତରୀଦଳଙ୍କ ପରାମର୍ଶକ୍ରମେ ଟି ନଟରାଜନଙ୍କ ସଂସ୍ପର୍ଶରେ ଆସିଥିବା ଛଅ ଖେଳାଳି ଓ ସଦସ୍ୟ ନିଜକୁ ଆଇସୋଲେଟ୍ କରିଛନ୍ତି। ହାଇଦ୍ରାବାଦ ଦଳର ଖେଳାଳୀ ବିଜୟ ଶଙ୍କର, ମ୍ୟାନେଜର ବିଜୟ କୁମାର, ଫିଜିଓଥେରାପିଷ୍ଟ ଶ୍ୟାମ ସୁନ୍ଦର, ଡ.ଅଞ୍ଜନା ବାନନ, ଲଜିଷ୍ଟିକ୍ସ ମ୍ୟାନେଜର ତୁଷାର ଖେଡକର ଓ ନେଟ୍ ବୋଲର ପେରିୟାରସ୍ବାମୀ ଗଣେଶନ ନଟରାଜନଙ୍କ ସଂସ୍ପର୍ଶରେ ଆସିଥିବା ଜଣାଯାଇଛି । ସେମାନଙ୍କୁ ଏକାନ୍ତବାସରେ ରଖାଯାଇଛି । ମାତ୍ର ଅନ୍ୟମାନଙ୍କ ଆରଟିପିସିଆର ପରୀକ୍ଷା ରିପୋର୍ଟ ନେଗେଟିଭ ଥିବା ଜଣାଯାଇଛି । ସୂଚନା ଯେ, ଚଳିତ ବର୍ଷ ଆଇପିଏଲରେ ବିଭିନ୍ନ ଦଳର ୪ ଜଣ ଖେଳାଳୀ କରୋନା ସଂକ୍ରମିତ ହେବା ଯୋଗୁଁ ମ୍ୟାଚ ଅଧାରୁ ସ୍ଥଗିତ ରଖାଯାଇଥିଲା । ପ୍ରାୟ ୪ ମାସ ପରେ ଆଇପିଏଲର ଅବଶିଷ୍ଟ ମ୍ୟାଚକୁ ୟୁଏଇରେ ଖେଳାଯାଉଛି । କିନ୍ତୁ ଏଥର ବି ଯଦି କରୋନା ବ୍ୟାପେ ତେବେ ପୁଣି ଥରେ ଆଇପିଏଲ ସ୍ଥଗିତ ରହିବାର ଆଶଙ୍କା ଦେଖାଦେଇଛି ।