୨୬ ଓ ୨୭ରେ ପରିବର୍ତିତ ମାର୍ଗରେ ଚାଲିବ ପ୍ରଶାନ୍ତି ଏକ୍ସପ୍ରେସ୍
ଭୁୁବନେଶ୍ୱର : ଦକ୍ଷିଣ କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ ଗୁଂଟୁର-ଗୁଂଟକଲ୍ ରେଲୱେ ସେକ୍ସନ୍ ର ଦୋହରୀକରଣ କାର୍ଯ୍ୟ ସମ୍ପାଦନ ପାଇଁ କୁରିଚେଡୁ ଏବଂ ଡୋନାକୋଣ୍ଡା ଷ୍ଟେସନ୍ ମଧ୍ୟରେ ନିରାପତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ସେେ,ପ୍ଟମ୍ବର ମାସ ୨୬ ଓ ୨୭ ତାରିଖ ଦିନ ଉଭୟ ପାର୍ଶ୍ୱରୁ ଛାଡ଼ିବାକୁ ଥିବା ୦୮୪୬୩/୦୮୪୬୪ ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ବିଶେଷ ଟ୍ରେନ ପରିବର୍ତିତ ମାର୍ଗରେ ଚଳାଚଳ କରିବ । ଏହି ଟ୍ରେନ୍ ଉପରୋକ୍ତ ଦିନ ମାନଙ୍କରେ ବିଜୟୱାଡା-ଗୁଣଟୁର-ନନ୍ଦିଆଲ୍-ଗୁଂଟକଲ୍ ମାର୍ଗ ପରିବର୍ତେ ଗୁଂଟୁର-ପାଗିଡିପାଲ୍ଲି-କାଚେଗୁଡା-ଧୋନ୍ ଷ୍ଟେସନ୍ ମାର୍ଗ ହୋଇ ଚଳାଚଳ କରିବ ଏବଂ ଏହା ନରସାରାଓପେଟ, ବିନୁକୋଣ୍ଡା, ମାର୍କାପୁର ରୋଡ୍, କୂମ୍ବୁମ, ଗିଡାଲୁର ଏବଂ ନନ୍ଦିଆଲ୍ ଷ୍ଟେସନ୍ ଯିବନାହିଁ । ସେହିପରି ସମ୍ବଲପୁର ରେଳ ମଣ୍ଡଳ ମଧ୍ୟରେ ୩ଟି ଟ୍ରେନ ପରିବର୍ତିତ ସମୟ ସାରଣୀରେ ଚଳାଚଳ କରିବ ।
୦୨୮୨୭ ପୁରୀ-ସୁରଟ ବିଶେଷ ଟ୍ରେନ ପୁରୀରୁ ସେପ୍ଟେମ୍ବର ୨୬ ତାରିଖ ଠାରୁ ସମ୍ବଲପୁର ରେଳ ମଣ୍ଡଳ ମଧ୍ୟରେ ଚାରିଟି ଷ୍ଟେସନ ଠାରେ ସଂଶୋଧିତ ସମୟ ସାରଣୀରେ ଚଳାଚଳ କରିବ । ଏହି ଟ୍ରେନ୍ ବରଗଡ ରୋଡରେ ଏହାର ନିର୍ଧାରିତ ଆଗମନ ସମୟ ରାତ୍ରି ୨ଟା୫୦ମି. ଓ ପ୍ରସ୍ଥାନ ରାତ୍ରି ୨ଟା୫୨ମି. ପରିବର୍ତେ ରାତ୍ରି ୨ଟା୩୯ମି.ରେ ପହଂଚି ରାତ୍ରି ୨ଟା୪୧ମି.ରେ ଛାଡିବ । ସେହିଭଳି, ଏହି ଟ୍ରେନ୍ କଂଟାବାଞ୍ଜି ଷ୍ଟେସନ ଠାରେ ଏହାର ନିର୍ଧାରିତ ପ୍ରସ୍ଥାନ ସମୟ ଭୋର ୫ଟା୪୫ମି. ପରିବର୍ତେ ଭୋର ୫ଟା୫୦ମି.ରେ ପହଂଚି ଭୋର ୬ ଟାରେ । ଏହି ଟ୍ରେନ ସମୟ ସାରଣୀ ବାଲାଙ୍ଗୀର ଏବଂ ଟିଟିଲାଗଡ ଠାରେ ମଧ୍ୟ ସଂଶୋଧିତ ହୋଇଛି । ୦୨୮୮୦ ଭୁବନେଶ୍ୱର-ଏଲଟିଟି ବିଶେଷ ଟ୍ରେନ ଭୁବନେଶ୍ୱରରୁ ସେପ୍ଟେମ୍ବର୨୭ ତାରିଖ ଠାରୁ ଏବଂ ୦୨୮୬୬ ପୁରୀ- ଏଲଟିଟି ବିଶେଷ ଟ୍ରେନ ପୁରୀରୁ ୨୮ ତାରିଖ ଠାରୁ ଝାରସୁଗୁଡା ରୋଡ଼ ଠାରେ ଏହାର ପୂର୍ବ ନିର୍ଧାରିତ ଆଗମନ ସମୟ ଅପରାହ୍ନ ୧ଘ.୩୫ମି. ଓ ପ୍ରସ୍ଥାନ ଅପରାହ୍ନ ୧ଘ.୪୪ମି. ପରିବର୍ତେ ଅପରାହ୍ନ ୧ଘ.୩୦ମି.ରେ ପହୁଂଚି ଅପରାହ୍ନ ୧ଘ.୩୫ମି.ରେ ଛାଡିବ । ୦୯୨୧୦ ପୁରୀ-ଭଲସାଡ ବିଶେଷ ଟ୍ରେନ ପୁରୀରୁ ୧୯ ସେପ୍େଟମ୍ବରରୁ ସୁରଟ ଠାରେ ପୂର୍ବାହ୍ନ ୧୦ଘ.୫୭ମି.ରେ ପହଂଚି ପୂର୍ବାହ୍ନ ୧୨ଘ.୦୨ମି.ରେ ଛାଡିବ ଏବଂ ଏହା ଭଲସାଡ ଷ୍ଟେସନ ଠାରେ ଏହାର ପୂର୍ବ ନିର୍ଧାରିତ ସମୟ ମଧ୍ୟାହ୍ନ ୧୨ଘଟିକା ପରିବର୍ତେ ଅପରାହ୍ନ ୧୨ଘ.୧୦ମି.ରେ ପହଂଚିବ । ଏହା ବ୍ୟତୀତ ୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ ଉଭୟ ପାର୍ଶ୍ୱରୁ ୨୩ ସେପ୍େଟମ୍ବର ୨୦୨୧ ଠାରୁ ପରବର୍ତୀ ଉପଦେଶ ପର୍ଯ୍ୟନ୍ତ ଚଳାଚଳ କରିବ ।