ଧୁମ୍ ଧାମରେ ପାଳନ ହେଲା ମୁମ୍ବାଇରେ ଗଣପତି ଉତ୍ସବ
ମୁମ୍ବାଇ : ମୁମ୍ବାଇ ମହାନଗରରେ ଭଗବାନ ଗଣେଶଙ୍କ ଆଗମନ ସହିତ ସମଗ୍ର ସହର ଗଣେଶମୟ ପାଲଟିଛି । ଆଜି ସହରର ସମସ୍ତ ଅଂଚଳରେ ଗଣପତି ବାପା ମୋରିଆ ପାଳନ କରାଯାଇଛିା ସହରର ପ୍ରତ୍ୟେକ ନାଗରିକ ତାଙ୍କ ସ୍ତରରେ ଭଗବାନ ଗଣେଶଙ୍କୁ ପୂଜା କରିବାରେ ନିୟୋଜିତ ଅଟନ୍ତି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତାଙ୍କ ସରକାରୀ ବାସଭବନ ଭରସାରେ ଭଗବାନ ଗଣେଶଙ୍କ ପ୍ରତିମା ସ୍ଥାପନ କରିଛନ୍ତି । ଏହି ଅବସରରେ ତାଙ୍କ ପତ୍ନୀ ରଶ୍ମୀ ଠାକରେ ଏବଂ ପୁଅ ଆଦିତ୍ୟ ଠାକରେ ଭଗବାନ ଗଣେଶଙ୍କୁ ପୂରା ଭକ୍ତିରେ ପୂଜା କରିଥିଲେ । ମହାରାଷ୍ଟ୍ରାରେ କରେନା ଏବଂ ଅନ୍ୟାନ୍ୟ ସଂକଟ ଆସୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଭଗବାନ ଗଣେଶ ମଧ୍ୟ ବିଘ୍ନହର୍ତାକାରୀ । ରାଜ୍ୟରେ ଆସୁଥିବା ପ୍ରତ୍ୟେକ ସଂକଟକୁ ପରାସ୍ତ କରିବା ପାଇଁ ପ୍ରଭୁ ଗଣେଶଙ୍କୁ ପ୍ରାର୍ଥନା କରିଛନ୍ତି । ବିଧାନସଭାରେ ବିରୋଧି ଦଳର ନେତା ଦେବେନ୍ଦ୍ର ଫଡଣବିସ ତାଙ୍କ ସରକାରୀ ବାସଭବନରେ ଭଗବାନ ଗଣେଶଙ୍କ ପ୍ରତିମୂର୍ତି ସ୍ଥାପନ କରିଛନ୍ତି । ଫଡଣବିସ , ପତ୍ନୀ ଅମୃତା ଏବଂ ଝିଅ ଦିଭିଜା ମଧ୍ୟ ଭଗବାନ ଗଣେଶଙ୍କୁ ପ୍ରାର୍ଥନା କରିଥିଲେ । ଏହା ପରେ ଫର୍ଣ୍ଣାବିସ ଗଣମାଧ୍ୟମକୁ କହିଥିଲେ ଯେ, ଭଗବାନ ଗଣେଶ ହେଉଛନ୍ତି ଜ୍ଞାନର ଦେବତା । ସମସ୍ତଙ୍କୁ ଜ୍ଞାନ ଦେବା ପାଇଁ ସେ ଭଗବାନ ଗଣେଶଙ୍କୁ ପ୍ରାର୍ଥନା କରିଥିଲେ । ଫଡଣବିସ କହିଛନ୍ତି ଯେ, କରୋନା ଯୋଗୁଁ ସମସ୍ତ ଲୋକଙ୍କ କାମ ପ୍ରଭାବିତ ହୋଇଛି । ଭଗବାନ ଗଣେଶ ଶୀଘ୍ର ସମସ୍ତ ପ୍ରକାର ଅସୁବିଧା ଦୂର କରନ୍ତୁ ।
ଜାତୀୟତାବାଦୀ କଂଗ୍ରେସ ପାର୍ଟିର ରାଜ୍ୟ ସଭାପତି ଜୟନ୍ତ ପାଟିଲ ତାଙ୍କ ସରକାରୀ ବାସଭବନରେ ଭଗବାନ ଗଣେଶଙ୍କୁ ପ୍ରାର୍ଥନା କରିଥିଲେ ଏବଂ ରାଜ୍ୟକୁ ଆସିଥିବା କରୋନା ପରି ସଂକଟ ଦୂର କରିବାକୁ ପ୍ରାର୍ଥନା କରିଥିଲେ । ମୁମ୍ବାଇ କଂଗ୍ରେସ ସଭାପତି ଅଶୋକ ଭାଇ ଜଗତାପ, ଶିବସେନା ମୁଖପାତ୍ର ସଞ୍ଜୟ ରାଉତ, ଶିବସେନା ନେତା ସଚିନ ଅହିର ଏବଂ ମୁମ୍ବାଇ ମେୟର କିଶୋରୀ ପଡ଼େନକର ମଧ୍ୟ କରୋନା ପରି ସଂକଟ ଦୂର କରିବାକୁ ଭଗବାନ ଗଣେଶଙ୍କୁ ପ୍ରାର୍ଥନା କରିଛନ୍ତିା ମୁମ୍ବାଇର ପ୍ରସିଦ୍ଧ ଲାଲବାବ କା ରାଜା ଗଣେଶୋତ୍ସବ ମଣ୍ଡପରେ ମଧ୍ୟ ଭଗବାନ ଗଣେଶଙ୍କ ଏକ ପ୍ରତିବା ସ୍ଥାପନ କରାଯାଇଛି । କରୋନା ମହାମାରୀର ପ୍ରତିବନ୍ଧକ ହେତୁ ଏଠାରେ ଅନଲାଇନ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ବୃହତମୁମ୍ବାଇ ମ୍ୟୁନିସପାଲିଟି କର୍ପୋରେସନ (ବିଏମସି) ସହ-କମିଶନର ବିଶ୍ୱାସ ନାଗରେ ପାଟିଲ କହିଛନ୍ତି ଯେ, ଗଣେଶୋତ୍ସବକୁ ଦୃଷ୍ଟିରେ ରଖବ ମୁମ୍ବାଇରେ ଧାରା ୧୪୪ ଲାଗୁ କରାଯାଇଛି । ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେଣୁ ସମସ୍ତ ଲୋକ କରୋନା ପ୍ରୋଟୋକଲ ଅନୁସରଣ କରି ଦୁଇ ଗଜ ଦୂତରତା ସହିତ ଭଗବାନ ଗଣେଶଙ୍କୁ ପୂଜା କରିବା ଉଚିତ୍ ।