ତୃତୀୟ ବର୍ଷ ପାଇଁ ଶୀର୍ଷରେ ଆଇଆଇଟି ମାଡ୍ରାସ
- ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ୍ ଫ୍ରେମୱାର୍କ-୨୦୨୧ ପ୍ରକାଶ
ନୁଆଦିଲ୍ଲୀ : ସରକାରଙ୍କ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ରାଙ୍କିଙ୍ଗ୍ ଫ୍ରେମୱାର୍କ (ଏନଆଇଆରଏଫ) ଉପରେ ଆଧାରିତ ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ମାନ୍ୟତା ଆଜି ପ୍ରକାଶ ପାଇଛି। ଏଥିରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ମାଡ୍ରାସ କ୍ରମାଗତ ତୃତୀୟ ବର୍ଷ ପାଇଁ ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ୍ ଫ୍ରେମୱାର୍କ (ଏନଆଇଆରଏଫ) ୨୦୨୧ରେ ଶୀର୍ଷ ସ୍ଥାନ ବଜାୟ ରଖିଛି । ଏହି ଅନୁଷ୍ଠାନ ଯଥାକ୍ରମେ ୨୦୧୯ରେ ୮୩.୮୮ ଏବଂ ୨୦୨୦ରେ ୮୫.୩୧ ସ୍କୋର ସହିତ ରାଙ୍କିଙ୍ଗ୍ରେ ପ୍ରଥମରେ ରହିଥିଲା। ସୂଚନା ଯେ, ମହାମାରୀ କରୋନା ଯୋଗୁଁ ଚଳିତ ବର୍ଷ ରାଙ୍କିଙ୍ଗ୍ ବିଳମ୍ବ ହୋଇଛି । ଗତବର୍ଷ ଏହି ମାନ୍ୟତା ଜୁନ୍ ୨୦୨୦ ରେ ପ୍ରକାଶିତ ହୋଇଥିଲା।
ଚଳିତବର୍ଷ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ବେଙ୍ଗାଲୁରୁ ଶୀର୍ଷ ସ୍ଥାନ ହାସଲ କରିଥିବା ବେଲେ ଏହା ପଛକୁ ଦ୍ୱିତୀୟରେ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ତୃତୀୟରେ ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟ,୪- କଲକଟା ବିଶ୍ୱବିଦ୍ୟାଳୟ,ଅମିର୍ଥ ବିଶ୍ୱ ବିଦ୍ୟା ପୀଠ(କୋଏମ୍ବାଟାରୁ) ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ(ନୁଆଦିଲ୍ଲୀ), ମଣିପୁର ଏକାଡେମି ଅଫ ହାଇଅର ଏଜୁକେସନ,ଜାଦବପୁର ବିଶ୍ୱବିଦ୍ୟାଳୟ,ୟୁନିଭର୍ସିଟି ଅଫ ହାଇଦରାବାଦ,ଆଲିଗଡ ମୁସଲିମ୍ ବିଶ୍ୱବିଦ୍ୟାଳୟ ପଛକୁ ପଛ ଶ୍ରେଷ୍ଠ ୧୦ ତାଲିକାରେ ରହିଛନ୍ତି । ସେହିପରି ଦେଶର ଶ୍ରେଷ୍ଠ ୧୦ଟି ଇଞ୍ଜିନିୟରିଂ କଲେଜ ମଧ୍ୟରେ ଆଇଆଇଟି ଦିଲ୍ଲୀ, ଆଇଆଇଟି ବମ୍ବେ, ଆଇଆଇଟି କାନପୁର, ଆଇଆଇଟି ଖରାଗପୁର, ଆଇଆଇଟି ରାଉରକେଲା, ଆଇଆଇଟି ଗୁଆହାଟି, ଆଇଆଇଟି ହାଇଦ୍ରାବାଦ, ଏନଆଇଟି ତିରୁଚିରାପଲ୍ଲୀ ଏବଂ ଏନଆଇଟି ସୁରଥକାଲ।