ଜରୁରୀକାଳୀନ ଅବତରଣ ଷ୍ଟ୍ରିପ ଉଦଘାଟନ : ରାଜପଥରେ ଓଲ୍ଲାଇଲା ଭାରତୀୟ ବାୟୁସେନାର ବିମାନ
ନୁଆଦିଲ୍ଲୀ : ଭାରତୀୟ ବାୟୁସେନା (ଆଇଏଏଫ) ବିମାନ ପାଇଁ ରାଜସ୍ଥାନର ବାରମେର ଜାତୀୟ ରାଜପଥ-୯୨୫ ର ଗାନ୍ଧବ ଭାସକର ବିଭାଗରେ ଏକ ଜରୁରୀକାଳୀନ ଅବତରଣ ଷ୍ଟ୍ରିପକୁ ଉଦଘାଟନ କଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରି । ଉଦଘାନଟ କାର୍ଯ୍ୟକ୍ରମରେ ବାୟୁସେନା ମୁଖ୍ୟ ଆରକେଏସ ଭଦଉରିଆ ଉପସ୍ଥିତ ଥିଲେ । ଫଳରେ ଜାତୀୟ ରାଜପଥ -୯୨୫ରେ ଜରୁରୀକାଳୀନ ଫିଲ୍ଡ ଲ୍ୟାଣ୍ଡିଂରେ ସି-୧୩୦ଜେ ସୁପର ହର୍କ୍ୟୁଲସ୍ ଅବତରଣ କରିଛି । ଦେଶରେ ପ୍ରଥମ କରି ଜାତୀୟ ରାଜପଥକୁ ଜରୁରି କାଳିନ ଅବତରଣ ପାଇଁ ବ୍ୟବହାର କରି ଭାରତୀୟ ବାୟୁସେନା ଏହାର ବିମାନ ପରିକ୍ଷା ମୁଳକ ଭାବରେ ଅବତରଣ କରିଛି ।
ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (ଏନଏଚ୍ଆଇ) ଆଇଏଏଫ ପାଇଁ ଜରୁରୀକାଳୀନ ଅବତରଣ ସୁବିଧା ଭାବରେ ଏନଏଚ୍-୯୨୫ଇ ର ସତ୍ୟ-ଗାନ୍ଧବ ଷ୍ଟ୍ରେଚ୍ ର ୩ କିଲୋମିଟର ବିଭାଗ ବିକଶିତ କରିଛି । ଅକ୍ଟୋବର ୨୦୧୭ ରେ, ଆଇଏଏଫ ର ଯୁଦ୍ଧ ବିମାନ ଏବଂ ପରିବହନ ବିମାନ ଲକ୍ଷ୍ନୌ- ଆଗ୍ରା ଏକ୍ସପ୍ରେସୱେରେ ମକ୍ ଲ୍ୟାଣ୍ଡିଂ କରିଥିଲା ଯାହା ଦର୍ଶାଇଲା ଯେ ଜରୁରୀକାଳୀନ ପରିସ୍ଥିତିରେ ଅବତରଣ ପାଇଁ ଆଇଏଏଫ ବିମାନ ଦ୍ୱାରା ଏହି ରାଜପଥ ବ୍ୟବହାର କରାଯାଇପାରିବ । ଜରୁରୀକାଳୀନ ଲ୍ୟାଣ୍ଡିଂ ଷ୍ଟ୍ରିପ୍ ବ୍ୟତୀତ ବାୟୁସେନା / ଭାରତୀୟ ସେନାର ଆବଶ୍ୟକତା ଅନୁଯାୟୀ ଏହି ପ୍ରକଳ୍ପରେ କୁନ୍ଦନପୁରା, ସିଙ୍ଗାନିଆ ଏବଂ ବାଖାସର ଗ୍ରାମରେ ୩ ଟି ହେଲିପ୍ୟାଡ୍ (ପ୍ରତ୍ୟେକ ଆକାର ୧୦୦ x ୩୦ ମିଟର) ନିର୍ମାଣ କରାଯାଇଛି, ଯାହା ସେନାର ମଜବୁତ ପାଇଁ ଆଧାର ହେବ। ମୁଖ୍ୟ ଭିତ୍ତିଭୂମି ଭାବରେ ସଡ଼କପଥର ବିକାଶ ଦ୍ୱାରା ଉଚ୍ଚ-ଗୁଣାତ୍ମକ ରାଜପଥ ଏବଂ ଏକ୍ସପ୍ରେସୱେ ନିର୍ମାଣ ହୋଇପାରିଛି ଯାହା ଜରୁରୀକାଳୀନ ସମୟରେ ବିଭିନ୍ନ ପ୍ରକାରର ବିମାନ ଚଳାଚଳ ପାଇଁ ସୀମିତ ଅତିରିକ୍ତ ଭିତ୍ତିଭୂମି ନିର୍ମାଣ ସହିତ ରନୱେ ଭାବରେ ବ୍ୟବହାର କରାଯାଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।