ତାଲିବାନୀଙ୍କ ନୂଆ ନିୟମ : ବିରୋଧ ପ୍ରଦର୍ଶନ ପୂର୍ବରୁ ନେବାକୁ ହେବ ଅନୁମତି
କାବୁଲ : ଶେଷରେ ଆଫଗାନିସ୍ତାନରେ ସରକାର ଗଢ଼ିଲା ତାଲିବାନ । ଏନେଇ ତାଲିବାନ ବିରୋଧରେ ଆଫଗାନିସ୍ତାନର ନାଗରିକ ବିରୋଧୀ ସ୍ୱର ଉଠାଇପାରିବେ ନାହିଁ । ଏହାକୁ ଦୃଷ୍ଟିରେ ରଖି ସରକାର ନିୟମ ପ୍ରସ୍ତୁତ କରିଛନ୍ତି । ତାଲିବାନ ସରକାରଙ୍କ ଗୃହ ମନ୍ତ୍ରାଳୟ ନୂଆ ନିୟମ କରିଛି, ଯେଉଁଥିରେ କି କୌଣସି ବିରୋଧ ପ୍ରଦର୍ଶନର ୨୪ ଘଣ୍ଟା ପୂର୍ବରୁ ଏବାବଦରେ କହିବାକୁ ପଡ଼ିବ ।
ନୂଆ ନିୟମ ଅନୁସାରେ କୌଣସି ବିରୋଧ ପ୍ରଦର୍ଶନ ଲାଗି ନ୍ୟାୟ ମନ୍ତ୍ରାଳୟ ଠାରୁ ଅନୁମତି ନେବାକୁ ପଡ଼ିବ । ଏଥି ସହିତ ବିରୋଧ ପ୍ରଦର୍ଶନକୁ ଉସୁକାଇବା, ସ୍ଲୋଗାନ, ସମୟ ଏବ ପ୍ରଦର୍ଶନ ସହିତ ଜଡ଼ିତ ଅନ୍ୟ ସବୁ କିଛି ଘଟଣା କ୍ରମ ସୁରକ୍ଷା ସଂସ୍ଥାକୁ କହିବାକୁ ପଡ଼ିବ । ବିରୋଧ ପ୍ରଦର୍ଶନର ୨୪ ଘଣ୍ଟା ପୂର୍ବରୁ ସୁରକ୍ଷା ସଂସ୍ଥାକୁ ଏବାବଦରେ ସୂଚନା ପ୍ରଦାନ କରାଯିବ । ସରକାରଙ୍କ ନିୟମ ପାଳନ କରୁନଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।