ମହିଳାମାନଙ୍କୁ ‘ପର୍ମାନେଂଟ୍ କମିସନ୍’ ଦେବାକୁ ତିନି ସେନା ମୁଖ୍ୟ ରାଜି
- ସୁପ୍ରିମକୋର୍ଟଙ୍କୁ ଜଣାଇଲା କେନ୍ଦ୍ର
ନୂଆଦିଲ୍ଲୀ: ମହିଳାମାନଙ୍କୁ ‘ପର୍ମାନେଂଟ୍ କମିସନ୍’ ଦେବା ସହ ସେମାନଙ୍କୁ ‘ଏନ୍ଡିଏ’ ଓ ନେଭାଲ୍ ଏକାଡେମି’କୁ ପ୍ରବେଶ କରିବା ନିମନ୍ତେ ଅନୁମତି ଦେବା ଲାଗି ତିନି ସେନା ମୁଖ୍ୟ ଏବଂ ସରକାର ନିଷ୍ପତି ଗ୍ରହଣ କରିଥିବା କଥା ଅତିରିକ୍ତ ସଲିସିଟର ଜେନେରାଲ୍ ଐଶ୍ୱର୍ଯ୍ୟା ଭାଟୀ ସୁପ୍ରିମ୍କୋର୍ଟଙ୍କୁ ଜଣାଇଛନ୍ତି । ସର୍ବୋଚ୍ଚ ଅଦାଲତଙ୍କୁ ସେ କହିଲେ, ମୋ ପାଖରେ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି । ‘ଏନ୍ଡିଏ’ ଓ ନେଭାଲ୍ଏକାଡେମି’ ଜରିଆରେ ଝିଅମାନଙ୍କୁ ‘ପର୍ମାନେଂଟ୍ କମିସନ୍’ ଦେବା ପାଇଁ ସେନା ମୁଖ୍ୟମାନେ ଓ ସରକାର ନିଷ୍ପତି ଗ୍ରହଣ କରିଛନ୍ତି । ଗତ ବିଳମ୍ବିତ ସନ୍ଧ୍ୟାରେ ଏହି ନିଷ୍ପତି ଗ୍ରହଣ କରାଯାଇଛି । ସେହିପରି ତିନି ପ୍ରତିରକ୍ଷା ବାହିନୀରେ ନାରୀମାନଙ୍କୁ ‘ପର୍ମାନେଂଟ୍ କମିସନ୍’ ପାଇବା ପାଇଁ ସମର୍ଥା କରାଇବା ଲାଗି ନୀତି ଓ ପଦ୍ଧତି କରାଯାଉଛି ।
କେନ୍ଦ୍ର ସରକାର କହିଛନ୍ତି, ଏନ୍ଡିଏ ଏବଂ ନାଭାଲ ଏକାଡେମିରେ ମହିଳାମାଙ୍କୁ ପ୍ରବେଶ ମିଳିବ। ଏନେଇ ତିନି ସେନା ମୁଖ୍ୟ ଏବଂ ସରକାର ନିଷ୍ପତ୍ତି ନେଇଛନ୍ତି। ଗତ ସନ୍ଧ୍ୟାରେ ଏହି ନିଷ୍ପତି ନିଆଯାଇଛି। ମହିଳା କ୍ୟାଡେଟ୍ଙ୍କୁ ଏହି ଦୁଇଟି ସଂସ୍ଥାରେ ସୁଯୋଗ ମିଳିବ କିନ୍ତୁ କେଉଁ ପଦ୍ଧତିରେ ସେ ନେଇ ନୀତି ନିର୍ଦ୍ଧାରିତ ହୋଇନାହିଁ। ଏଥିପାଇଁ ଯୋଜନା ଚାଲିଛି। ଲିଙ୍ଗଗତ ସାମ୍ୟତାରେ ଶସସ୍ତ୍ରବାହିନୀମାନଙ୍କୁ ଆହୁରି ଅଧିକ କିଛି କରିବାକୁ ପଡ଼ିବ। ସଶସ୍ତ୍ରବାହିନୀର ମୁଖ୍ୟମାନେ ଗ୍ରହଣ କରିଥିବା ନିଷ୍ପତ୍ତିରେ ମୁଁ ଆନନ୍ଦିତ। ସେମାନଙ୍କୁ ବୁଝାଇବାରେ ସମର୍ଥ ହୋଇଥିବାରୁ ଆପଣଙ୍କୁ ଅଭିନନ୍ଦନ ବୋଲି କେନ୍ଦ୍ରକୁ ସୁପ୍ରିମକୋର୍ଟ କହିଛନ୍ତି।
ସୁପ୍ରିମକୋର୍ଟ କହିଲେ, ଦୀର୍ଘ ଦିନ ହେବ ଆମେ ଏ କଥା ବିଚାର କରୁଛୁ । ବିଚାରପତି ଏସ୍କେ କୌଲ୍ କହିଲେ, ଲିଙ୍ଗଗତ ସାମ୍ୟତାରେ ଶସସ୍ତ୍ରବାହିନୀ ମାନଙ୍କୁ ଆହୁରି ଅଧିକ କିଛି କରିବାକୁ ପଡ଼ିବ । ସଶସ୍ତ୍ରବାହିନୀର ମୁଖ୍ୟମାନେ ଗ୍ରହଣ କରିଥିବା ନିଷ୍ପତିରେ ମୁଁ ଆନନ୍ଦିତ । ସେମାନଙ୍କୁ ବୁଝାଇବାରେ ସମର୍ଥା ହୋଇଥିବାରୁ ଆପଣଙ୍କୁ ଅଭିନନ୍ଦନ । ସୁପ୍ରିମ୍କୋର୍ଟ ଆହୁରି ମଧ୍ୟ କହିଲେ ଯେ, ନିଷ୍ପତି ନିଆଯାଉଛି ବୋଲି ଗତ ଶୁଣାଣିରେ କହିଥିଲେ ଆମେ ହସ୍ତକ୍ଷେପ କରି ନ ଥାଆନ୍ତୁ । ସରକାର କ’ଣ କରୁଛନ୍ତି, ଭବିଷ୍ୟତରେ କିଭଳି ପଦକ୍ଷେପ ନିଆଯିବ ଏବଂ ଆମ ଠାରୁ କି, ଆଦେଶ ଆବଶ୍ୟକ ହେବ ସେ ସଂକ୍ରାନ୍ତରେ ଆପଣ ଗୋଟାଏ ସତ୍ୟପାଠ ଦାଖଲ କରନ୍ତୁ । ଭାରତରେ ନାରୀମାନଙ୍କୁ କେବେ ‘ପର୍ମାନେଂଟ୍ କମିସନ୍’ ମିଳିବ ତା’ର ସମୟସୀମା ଜଣାଇବା ଲାଗି ସୁପ୍ରିମ୍କୋର୍ଟ କହିଛନ୍ତି । କମିସନ୍’ ପାଇବା ପାଇଁ ସମର୍ଥା କରାଇବା ଲାଗି ନୀତି ଓ ପଦ୍ଧତି କରାଯାଉଛି । ସେହିପରି ଦୀର୍ଘ ଦିନ ହେବ ଆମେ ଏ କଥା ବିଚାର କରୁଛୁ । ବିଚାରପତି ଏସ୍କେ କୌଲ୍ କହିଲେ, ଲିଙ୍ଗଗତ ସାମ୍ୟତାରେ ଶସସ୍ତ୍ରବାହିନୀମାନଙ୍କୁ ଆହୁରି ଅଧିକ କିଛି କରିବାକୁ ପଡ଼ିବ । ସଶସ୍ତ୍ରବାହିନୀର ମୁଖ୍ୟମାନେ ଗ୍ରହଣ କରିଥିବା ନିଷ୍ପତିରେ ମୁଁ ଆନନ୍ଦିତ । ସେମାନଙ୍କୁ ବୁଝାଇବାରେ ସମର୍ଥା ହୋଇଥିବାରୁ ଆପଣଙ୍କୁ ଅଭିନନ୍ଦନ । ସୁପ୍ରିମ୍କୋର୍ଟ ଆହୁରି ମଧ୍ୟ କହିଲେ ଯେ, ନିଷ୍ପତି ନିଆଯାଉଛି ବୋଲି ଗତ ଶୁଣାଣିରେ କହିଥିଲେ ଆମେ ହସ୍ତକ୍ଷେପ କରି ନ ଥାଆନ୍ତୁ । ସରକାର କ’ଣ କରୁଛନ୍ତି, ଭବିଷ୍ୟତରେ କିଭଳି ପଦକ୍ଷେପ ନିଆଯିବ ଏବଂ ଆମ ଠାରୁ କି, ଆଦେଶ ଆବଶ୍ୟକ ହେବ ସେ ସଂକ୍ରାନ୍ତରେ ଆପଣ ଗୋଟାଏ ସତ୍ୟପାଠ ଦାଖଲ କରନ୍ତୁ । ଭାରତରେ ନାରୀମାନଙ୍କୁ କେବେ ‘ପର୍ମାନେଂଟ୍ କମିସନ୍’ ମିଳିବ ତା’ର ସମୟସୀମା ଜଣାଇବା ଲାଗି ସୁପ୍ରିମ୍କୋର୍ଟ କହିଛନ୍ତି ।