ପାରା ଅଲମ୍ପିକ୍ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ୬କୋଟି ପୁରସ୍କାର
- ଗୁପ୍ର ‘ଏ’ ସରକାରୀ ଚାକିରି ଘୋଷଣା କଲେ ରାଜ୍ୟ ସରକାର
ଭୁବନେଶ୍ୱର : ଟୋକିଓ ପାରା ଅଲମ୍ପିକରେ ସ୍ୱର୍ଣ୍ଣ ବିଜେତା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ପ୍ରମୋଦଙ୍କୁ ୬ କୋଟି ଟଙ୍କାର ଆର୍ଥିକ ରାଶି ସହ ଗ୍ରୁପ ‘ଏ’ ସରକାରୀ ଚାକିରି ଦେବାକୁ ଘୋଷଣା କରିଛନ୍ତି ସରକାର । ପ୍ରମୋଦ ଭୁବନେଶ୍ୱର ଫେରିବା ପରେ ତାଙ୍କୁ ଏହି ପୁରସ୍କାର ରାଶି ଦିଆଯିବ ।
ସୂଚନା ଯେ, ଟୋକିଓ ପାରାଅଲିମ୍ପିକ୍ସର ପୁରୁଷ ବ୍ୟାଡ଼ମିଣ୍ଟନ ଖେଳରେ ପ୍ରମୋଦ ଭଗତ ସୁନା ପଦକ ଜିତି ପୁରା ଦେଶକୁ ଗୌରବାନିତ୍ୱ କରିଥିଲେ । ପୂର୍ବରୁ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସରେ ପଦକ ବିଜେତାଙ୍କୁ ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଥିଲେ ରାଜ୍ୟ ସରକାର । ସ୍ୱର୍ଣ୍ଣକୁ ୬ କୋଟି, ରୌପ୍ୟକୁ ୪ କୋଟି ଓ କାଂସ୍ୟ ପଦକ ବିଜେତାଙ୍କୁ ୨.୫ କୋଟି ଟଙ୍କା ଦିଆଯିବ ବୋଲି ଘୋଷଣା କରିଥିଲେ ସରକାର । ତେବେ ପୂର୍ବ ଘୋଷଣା ମୁତାବିକ ପ୍ରମୋଦ ଭଗତଙ୍କୁ ୬ କୋଟି ଟଙ୍କାର ପୁରସ୍କାର ଦିଆଯିବ । ଏହାସହିତ ଗ୍ରୁପ ‘ଏ’ ସରକାରୀ ଚାକିରି ଦେବାକୁ ମଧ୍ୟ ଘୋଷଣା ହୋଇଛି । କିନ୍ତୁ ପ୍ରମୋଦ ଭୁବନେଶ୍ୱର ଫେରିବା ପରେ ତାଙ୍କୁ ଏହି ପୁରସ୍କାର ରାଶିର ଚେକ୍ ଦିଆଯିବ ବୋଲି ଜଣାପଡିଛି ।