ଛାତ୍ରଙ୍କ ହିତ ପାଇଁ ନିଟ୍ ପରୀକ୍ଷା ଘୁଂଚାଇବା ଦରକାର : ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ଲୋକସଭା ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି ଯେ ଛାତ୍ରମାନଙ୍କର ସମସ୍ୟାକୁ ଦେଖି କେନ୍ଦ୍ର ସରକାରଙ୍କୁ ମେଡ଼ିକାଲ୍ ପ୍ରବେଶ ପରୀକ୍ଷା(ନିଟ୍ ୨୦୨୧)କୁ ସ୍ଥଗିତ କରିଦେବା ଦରକାର ।
ରାହୁଲ ମଙ୍ଗଳବାର ଦିନ ଟ୍ୱିଟ୍ କରି କେନ୍ଦ୍ର ସରକାରଙ୍କ ଉପରେ ଅଭିଯୋଗ କରି କହିଛନ୍ତି ଯେ ସରକାର ଛାତ୍ରଙ୍କ ସମସ୍ୟାକୁ ଆଖି ବୁଜିକରି ବସିଛନ୍ତି । ସେ କହିଛନ୍ତି ଯେ ପରୀକ୍ଷାରେ ସମସ୍ତ ଛାତ୍ରଙ୍କୁ ସମାନ ସୁଯୋଗ ମିଳିବା ଦରକାର । କିନ୍ତୁ ନିଟ୍ ପରୀକ୍ଷା ପାଖାପାଖି ଦ୍ୱିତୀୟ ପରୀକ୍ଷା ମଧ୍ୟ ହେବ । ଏ ମଧ୍ୟରେ ଛାତ୍ରମାନଙ୍କ ଦାବିକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେବା ଦରକାର ଏବଂ ଏହି ପରୀକ୍ଷାକୁ ସ୍ଥଗିତ ରଖିବା ଦରକାର । ଉଲ୍ଲେଖନୀୟ ଯେ ୧୨ ସେପ୍ଟେମ୍ବରରେ ନିଟ୍ ପରୀକ୍ଷା ହେବ । ଏହି ପରୀକ୍ଷାକୁ ନେଇ ଛାତ୍ରମାନଙ୍କ ଏକ ଗୋଷ୍ଠୀର କହିବା କଥା ଯେ ଯେଉଁ ସମୟରେ ନିଟ୍ ପରୀକ୍ଷାର ଆୟୋଜନ କରାଯାଇଛି ତା’ର ପାଖାପାଖି ଆଉକେତେକ ପରୀକ୍ଷାର ତାରିଖ ଧାର୍ଯ୍ୟ କରାଯାଇଛି । ଏହି କାରଣରୁ ନିଟ୍ ପରୀକ୍ଷାକୁ ସ୍ଥଗିତ କରିଦେବା ଦରକାର ।