ଆଜି କରନାଲରେ ଚାଷୀ ମହାସମାବେଶ
- ୧୪୪ ଧାରା ଲାଗୁ, ୫ ଜିଲାରେ ଇଣ୍ଟରନେଟ ସେବା ବନ୍ଦ
ନୂଆଦିଲ୍ଲୀ : ଆଜି ହରିୟାଣାର କରନାଲରେ ଚାଷୀଙ୍କ ମହାସମ୍ମିଳନୀ । ଅନିର୍ଦ୍ଧିଷ୍ଟ କାଳ ପାଇଁ ମିନି ସଚିବାଳୟ ଘେରାଉ ଘୋଷଣାକୁ ଦୃଷ୍ଟିରେ ରଖି ହରିୟାଣା ସରକାର ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ସରକାର ଆଜି ରାତି ୧୨ଟା ପର୍ଯ୍ୟନ୍ତ ୫ ଜିଲାରେ ସମସ୍ତ ଇଣ୍ଟରନେଟ ସେବା ଏବଂ ଏସଏମ୍ଏସ ସେବା ବନ୍ଦ ରହିବ । ଯେଉଁ ଜିଲା ଗୁଡ଼ିକରେ ଏହି ସେବା ଗୁଡ଼ିକ ବନ୍ଦ ରଖାଯାଇଛି ସେଗୁଡ଼ିକ ହେଲା କରନାଲ ବ୍ୟତୀତ କୈଥଲ, ପାନୀପତ ଏବଂ ଜିନ୍ଦ ସାମିଲ ।
Haryana: Security personnel deployed in Karnal ahead of Kisan Mahapanchayat.
— ANI (@ANI) September 7, 2021
Visuals from new Anaj Mandi area in Karnal. pic.twitter.com/mfnQ7rSEDn
ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ୧୦ ପ୍ଲାଟୁନ ସହିତ ସୁରକ୍ଷା କର୍ମଚାରୀଙ୍କ ୪୦ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଧାରା ୧୪୪ ଲାଗୁ କରାଯାଇଛି । ଚାଷୀ ସଂଗଠନର ପ୍ରସ୍ତାବିତ ସମ୍ମିଳନୀକୁ ଦୃଷ୍ଟିରେ ରଖି ଆଇନ ବ୍ୟବସ୍ଥାକୁ ମଜବୁତ କରିଦିଆଯାଇଛି । ଆବଶ୍ୟକ ସ୍ଥଳରେ ପୋଲିସ ମୁତୟନ କରାଯାଇଛି । ସେ କହିଛନ୍ତି ଯେ, ମିନୀ ସେକ୍ରେଟେରିଏଟକୁ ଘେରାଉ କରିବା କୌଣସି ପ୍ରକାରରେ ଅନୁମତି ଦିଆଯିବ ନାହିଁ । ଯେଉଁମାନେ ନିୟମ ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।