ଟେନିସରୁ କିଛି ସମୟ ପାଇଁ ବିରତ୍ତି ନେଲେ ଓସକା
ନୂଆଦିଲ୍ଲୀ : ୟୁଏସ ଓପନରେ ୧୮ ବର୍ଷୀୟ ଖେଳାଳିଙ୍କ ଠୁ ହାରିଲେ ନାଓମି ଓସାକା । କାନାଡାର ୧୮ ବର୍ଷୀୟା ଖେଳାଳି ଲେଲା ପର୍ଣ୍ଣାଣ୍ଡିଜ୍ ଓସାକାଙ୍କୁ ପରାସ୍ତ କରିଛନ୍ତି । ପରାସ୍ତ ହେବା ପରେ ୪ ଥର ଗ୍ରାଣ୍ଡ୍ ସ୍ଲାମ୍ ଚାମ୍ପିଅନ୍ ଓସାକା କାନ୍ଦିବା ସହ ଟେନିସଠୁ କିଛି ସମୟ ପାଇଁ ବିରତ୍ତି ନେଇଛନ୍ତି । ସେ କହିଛନ୍ତି ଯେ, କେବି ଆଗକୁ ଟେନିସ୍ ଖେଳିବେ ଜାଣି ନାହାଁନ୍ତି । କାନ୍ଦି କାନ୍ଦି ସେ କହିଥିଲେ ଯେ, ଏବେ ସେ କିଛି ସମୟ ପାଇଁ ବିରତି ଚାହୁଁଛନ୍ତି । ଏତିକି କହି ସାରି ସେ ମୁହଁରେ ମାସ୍କ ଦେଇ ଚାଲି ଯାଇଥିଲେ ।
ୟୁଏସ ଓପନର ଡିଫେଣ୍ଡିଂ ଚାମ୍ପିଅନ ଓସାକା ଚଳିତ ଥର ମଧ୍ୟ ଚାମ୍ପିଅନ ହେବା ଲକ୍ଷ୍ୟରେ ଖେଳୁଥିଲେ । କିନ୍ତୁ ତାଙ୍କୁ ବଡ ଝଟକା ଲାଗିଛି । ସେ ତୃତୀୟ ରାଉଣ୍ଡରେ ପରାସ୍ତ ହୋଇଛନ୍ତି । ଏହାସହ ତାଙ୍କର ଯାତ୍ରା ତୃତୀୟ ରାଉଣ୍ଡରୁ ଶେଷ ହୋଇଛି । ଲେଲା ଓସାକାଙ୍କୁ ୫-୭, ୬-୭ ଓ ୬-୪ ସେଟରେ ପରାସ୍ତ କରିଛନ୍ତି । ଜିତିବା ପରେ ଲେଲେ କହିଥିଲେ ଯେ, ସେ ମ୍ୟାଚ୍ ଜିତିବେ ବୋଲି ଜାଣିଥିଲେ । ତାଙ୍କର ଆତ୍ମବିଶ୍ୱାସ ଭରପୁର ଥିଲା ।