ଚତୁର୍ଥ ଟେଷ୍ଟ : ତୃତୀୟ ଦିନରେ ଭାରତର ବ୍ୟାଟିଂ ଆରମ୍ଭ
ଦି ଓଭାଲ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜାରିରହିଥିବା ୪ର୍ଥ ଟେଷ୍ଟର ଶନିବାର ତୃତୀୟ ଦିନ ଖେଳ ଆରମ୍ଭ ହୋଇଛି । ଶୁକ୍ରବାର ଦ୍ଵିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ କୌଣସି ଓ୍ବିକେଟ ନହରାଇ ୪୩ ରନ କରିଥିଲା । ତୃତୀୟ ଦିନ ଆରମ୍ଭରୁ ଭାରତର ଦୁଇ ଓପନର ରୋହିତ ଶର୍ମା ଏବଂ କେ. ଏଲ. ରାହୁଲ ବ୍ୟାଟିଂ ଆରମ୍ଭ କରିଛନ୍ତି ।
ସୂଚନା ଯେ, ପ୍ରଥମ ଇନିଂସରେ ଭାରତ ୧୯୧ ରନରେ ଅଲଆଉଟ ହୋଇଯିବା ପରେ ଇଂଲଣ୍ଡ ୨୯୦ ରନ କରିଥିଲା । ଯାହାଫଳରେ ପ୍ରଥମ ଇନିଂସରେ ୯୯ରନରେ ଆଗୁଆ ରହିଥିଲା ଘରୋଇ ଟିମ । ଜବାବରେ ଦ୍ବିତୀୟ ଦିନ ଭାରତ କୌଣସି ଓ୍ବିକେଟ ନହରାଇ ୪୩ ରନ କରିପାରିଥିଲା । ୧୮ ଓଭର ଶେଷ ସୁଦ୍ଧା ଭାରତ କୌଣସି ଓ୍ବିକେଟ ନହରାଇ ୪୯ ରନ କରିଛି । ରୋହିତ ଶର୍ମା ୨୫ ଏବଂ ରାହୁଲ ୨୩ ରନ କରି ବ୍ୟାଟିଂ ଜାରିରଖିଛନ୍ତି ।