ବାଲେଶ୍ୱର : କାଠଗୋଛି ପଥର ଖାଦାନରେ କୌଣସି ଅନିୟମିତତା ହୋଇ ନାହିଁ
- ମିତ୍ରପୁର ପଥର ଶିଳ୍ପ ସଙ୍ଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ନୀଳଗିରି : ମାନ୍ୟବର ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶ କ୍ରମେ ଓ ରାଜ୍ୟ ସରକାରଙ୍କ ନୀତିନିୟମକୁ ଆଧାର କରି ବାଲେଶ୍ୱର ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ନୀଳଗିରି ତହସିଲଦାର ସମସ୍ତ ବିଭାଗୀୟ ଅଧିକାରୀମାନଙ୍କ ଦସ୍ତାବିଜକୁ ପାଥେୟ କରି ନୀଳଗିରି ଉପଜିଲ୍ଲାପାଳ କାଠଗୋଛି ପଥର ଖାଦାନ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ । ସରକାରଙ୍କ ସମସ୍ତ ନିତୀନିୟମକୁ ମାନି କାର୍ଯ୍ୟ କରାଯାଉଥିବା ବେଳେ କିଛି ନ୍ୟସ୍ତସ୍ୱାର୍ଥପର ବ୍ୟକ୍ତିଙ୍କ ପ୍ରରୋଚନାରେ ପଡ଼ି କିଛି ଗଣମାଧ୍ୟମର ପ୍ରତିନିଧି ବିଭ୍ରାନ୍ତିକର ଭିଜୁଆଲ ପ୍ରଦର୍ଶନ କରିଥିଲେ । ଏହାକୁ ନେଇ ନୀଳଗିରି ଖାଦାନ ଓ ପଥରଶିଳ୍ପ ସଂଗଠନର ସଭାପତି ଶାନ୍ତୁନୁ କୁମାର ମହାପାତ୍ର ଏହି ଘଟଣାକୁ ସଂପୂର୍ଣ୍ଣ ଖଣ୍ଡନ କରିବା ସହ କାଠଗୋଛି ପଥର ଖାଦାନରେ କୌଣସି ଅନିୟମିତତା କରାଯାଇ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ନୀଳଗିରି ଓ ମିତ୍ରପୁର କ୍ରସର ଓ ଖାଦାନ ସଂଘର ସଭାପତି ସୁଦ୍ଧାସିନ୍ଧୁ ପଣ୍ଡା ସାମ୍ବାଦିକ ଉପସ୍ଥିତ ରହି କାଠଗୋଛି ପଥର ଖାଦାନରେ ବ୍ଲାଷ୍ଟିଂ ବାବଦରେ ଖବର ପରିବେଷଣକୁ ଖଣ୍ଡନ କରିବା ସହ ଉକ୍ତ ଖାଦାନ ପାଇଁ ବ୍ଲାଷ୍ଟିଂ ବାବଦରେ ଖବର ପରିବେଷଣକୁ ଖଣ୍ଡନ କରିବା ସହ ଉକ୍ତ ଖାଦାନ ପାଇଁ ବ୍ଲାଷ୍ଟିଂ ଅନୁମତି ଆସି ନାହିଁ । ବ୍ଲାଷ୍ଟିଂ କଲୁ କେମିତି ବୋଲି କହିବା ସହ ଅନ୍ୟତ୍ର ଭିଜୁଆଲକୁ ଆଣି ବଦନାମ ପାଇଁ ଚେଷ୍ଟା କରୁଛନ୍ତି । ନୀଳଗିରି ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ବେଳେ ଏଠାକାର ଆଦିବାସୀମାନେ ମୁଖ୍ୟତଃ ପଥର ପତର ଉପରେ ନିର୍ଭର କରି ଆସୁଥିବା ବେଳେ ଅଞ୍ଚଳର କିଛି ସ୍ୱାର୍ଥପର ଲୋକ ଉକ୍ତ ପଥର ଖାଦାନକୁ ବନ୍ଦ କରିଦେବାର ଚକ୍ରାନ୍ତ କରୁଥିବାର ବାଲେଶ୍ୱର ଜିଲ୍ଲା ଟ୍ରକ ମାଲିକ ସଂଘର ସଂପାଦକ ପ୍ରଣବାନନ୍ଦ ଗୋସ୍ୱାମୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ନୀଳଗିରି ଟ୍ରକ ମାଲିକ ସଂଘର ପୂର୍ବତନ ସଭାପତି ଶିଶିର କୁମାର ରାଉତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଭୁଲ ନ୍ୟୁଜ ପରିବେଷଣ ନ କରି ତଥ୍ୟ ଭିତ୍ତିକ ନ୍ୟୂଜ ପରିବେଷଣ ପାଇଁ ଦିଗ୍ଦର୍ଶନ ଦେବା ସହ ଭିତ୍ତିହୀନ ନ୍ୟୁଜକୁ ଘୋର ନିନ୍ଦା କରିଥିଲେ । ସେହିପରି ମିତ୍ରପୁର ଟ୍ରକ ସଂଘର ସଂପାଦକ ଯଚିନ୍ଦ୍ର ନାୟକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି କାଠଗୋଛି ପଥର ଖାଦାନ ଉପରେ ପ୍ରକାଶିତ ଖବରକୁ ସଂପୂର୍ଣ୍ଣ ମିଥ୍ୟା ବୋଲି କହିବା ସହିତ ସରକାରଙ୍କର ଗାଇଡ ଲାଇନ ଅନୁଯାୟୀ ପଥର ଖାଦାନ କାର୍ଯ୍ୟ ଚାଲିଛି । ଏଥିରେ କୌଣସି ଅନିୟମିତତା ହୋଇ ନାହିଁ । ସେହିପରି ଉପସ୍ଥିତ ଥିବା ଅଗଣି ସାହୁ ବ୍ଲାଷ୍ଟିଂ ଅନୁମତି ଆସି ନ ଥିବା ବେଳେ ବ୍ଲାଷ୍ଟିଂ ହୋଇଥିବା ନେଇ ଅନ୍ୟତ୍ର ଖାଦାନର ଭିଜୁଆଲ ଆଣି ଟିଭିରେ ପରିବେଷଣ କରିବା ଘଟଣାକୁ ନିନ୍ଦା କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଜୟ କୁମାର ଆଚାର୍ଯ୍ୟ, ଭଗବାନ ଦାସ, ନିତ୍ୟାନନ୍ଦ ମହାର୍ଣ୍ଣା, ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।