ବାଲେଶ୍ୱର : ଛାନୁଆରେ ଭାଜପାର ମିଶ୍ରଣ ପର୍ବ
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଛାନୁଆ ପଞ୍ଚାୟତ ଠାରେ ବୁଧବାର ଭାଜପା ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକାଭୀମୁଖୀ କାର୍ଯ୍ୟ ଏବଂ ୨୧ବର୍ଷ ବିଜେଡି ସରକାର ଶାସନରେ ବଢ଼ି ଚାଲିଥିବା ଗୁଣ୍ଡାରାଜ ପ୍ରତିବାଦରେ ବହୁ ପୁରୁଖା କର୍ମୀ ବିଜେଡି ଦଳ ଛାଡି ଭାଜପାରେ ସାମିଲ ହୋଇଛନ୍ତି । ଓଡ଼ିଶା ପ୍ରଦେଶର ରାଜ୍ୟ ଯୁବ ମୋର୍ଚ୍ଚାର ଉପ-ସଭାପତି ତଥା ଯୁବନେତା ମାନସ କୁମାର ଦତ୍ତଙ୍କ ଉପସ୍ଥିତିରେ ଛାନୁଆ ପଞ୍ଚାୟତର ୧୨ନଂ ୱାର୍ଡ଼ର ଗ୍ରାମଦେବତୀ ଗଡ଼ନାୟକାଣୀଙ୍କ ପ୍ରାଙ୍ଗଣରେ ବିଜେଡିର ପୂର୍ବତନ ପଞ୍ଚାୟତ ସଭାପତି ଶଙ୍କର୍ଷଣ ସରଦାର, ୧୦ନଂ ୱାର୍ଡର ବାଙ୍କ ବିହାରୀ ଦାସ ଓ ପଦ୍ମଲୋଚନ ଦାସ, ପର୍ଶୁରାମ ସରଦାର, ପୁରନ ସରଦାର, ଅଶୋକ ସରଦାର, ବାପି ଦାସ, ସପନ ସରଦାର, ସୁବଲ ପୃଷ୍ଟି, ଶ୍ରୀମନ୍ତ ମାନ୍ନା, ରନ ସରଦାର, ରଘୁନାଥ ଦାସ, ସାଗର ଦାସ, ବଳରାମ ଜାନା, ଗଣେଷ ସରଦାର, କାର୍ତ୍ତିକ ଚନ୍ଦ୍ର ଜେନା, ପବନ କୁମାର ସରଦାର, ବିଷ୍ଣୁପଦ ସରଦାର ସମେତ ଶତାଧିକ ଲୋକ ବିଧିବଦ୍ଧ ଭାବେ ଭାଜପାରେ ସାମିଲ ହେଲେ ।
ନୂତନ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପୀ ଦେଇ ଜିଲା ପରିଷଦ ସଭ୍ୟା ସୁମତି ନାୟକ, ସମିତି ସଭ୍ୟ ସାଗେନ ମାଝୀ, ନାଏବ ସରପଞ୍ଚ ସାବିତ୍ରୀ ମାଇତି, ମଣ୍ଡଳ ସଭାପତି ବିଜୟ ଦାସ ଓ ପଞ୍ଚାୟତ ସଭାପତି ଭାଗ୍ୟଧର ଦାସ ଓ ବରିଷ୍ଠ ନେତା ବଂଶୀଧର ପାତ୍ର ଦଳକୁ ସ୍ୱାଗତ କରିଥିଲେ । ଦଳରେ ପୁରୁଖା ନେତାଙ୍କ ଯୋଗଦାନ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ଶକ୍ତିକୁ ଆହୁରି ବୃଦ୍ଧି କରିବ ବୋଲି ଶ୍ରୀ ଦତ୍ତ ମତପ୍ରକାଶ କରିଛନ୍ତି । ସାଧାରଣ ଲୋକଙ୍କ ହକ୍ ପାଇଁ ପଞ୍ଚାୟତ ଠୁଁ ବ୍ଲକ୍ ଯାଏଁ ଭାଜପା ଲଢେଇ ଜାରି ରହିବ । କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ସମିତିସଭ୍ୟ ରବିନାରାୟଣ ମହାପାତ୍ର, ବରିଷ୍ଠ ନେତା ଗୈାରାଙ୍ଗ ଦାସ ଓ ଲୋକନାଥ ଭୂୟାଁ, ଜୋନାଲ ମିଡିଆ ସଂଯୋଜକ ସତ୍ୟଜିତ ମିଶ୍ର, ଯୁବନେତା ବିକାଶ ପାଢ଼ୀ ଓ କୈଶିକ ଚାନ୍ଦ, ଜିଲା ଯୁବ ମୋର୍ଚ୍ଚା ସମ୍ପାଦକ ଅରୂପ ଜେନା, ଜିଲା ଯୁବ ମୋର୍ଚ୍ଚା କାର୍ଯ୍ୟକାରୀଣି ସଦସ୍ୟ ପବନ କମିଳା, ରାଜ୍ୟ ସଂଖ୍ୟା ଲଘୁ ସେଲର ସାମାଜିକ ଗଣମାଧ୍ୟମ ସଂଯୋଜକ ଏସ୍. କେ. ମେରାଜ, ବରିଷ୍ଠ ନେତା ରାଜେନ୍ଦ୍ର ଚାର୍ଟାଜୀ, ତପନ ବେହେରା, ବବୁଲ ମିଶ୍ର, ମଣ୍ଡଳ ଉପ-ସଭାପତି ସତ୍ୟରନ ରାଉତ, ରମାକାନ୍ତ ଜେନା, ପୁଲିନ ଜେନା, ୱାର୍ଡ଼ ସଭ୍ୟ ସୁବାସ ବେହେରା, ସୁରେନ୍ଦ୍ର ପରମାଣିକ, ରତ୍ନାକର ବେହେରା, ଉମାକାନ୍ତ ମାଝୀ, ମହେଶ୍ୱର ଦାସ, ବାବୁଲି ମନ୍ତ୍ରୀ, ରାଧେଶ୍ୟାମ ଜେନା, ଶକ୍ତିପଦ ମଣ୍ଡଳ, ଇଶ୍ୱର ଚନ୍ଦ୍ର ବାରିକ, ମିଟ ସାହୁ, ମିନତି ନାୟକ, ରାମଚନ୍ଦ୍ର ମାଝୀ, ସାବିତ୍ରୀ ସାସମଲ, ପୂର୍ବତନ ସରପଞ୍ଚ ଆରତୀ ନାୟକ, ଗଜେନ୍ଦ୍ର ମାଝୀ, କାହ୍ନୁ ନାୟକ, ଗୈାରାଙ୍ଗ ପରମାଣିକ, ରାମଚନ୍ଦ୍ର ମହାନ୍ତି, କୁନା ମୁଖୀ ଓ ମଣ୍ଟୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।