ବାଲେଶ୍ୱର : ଫେକ ଆଇଡିରେ ରେଳଟିକଟ ବୁକିଂ କରି ଜଣେ ଗିରଫ
ବାଲେଶ୍ୱର : ବାଲେଶ୍ୱର ଜିଲା ରୂପସା ଆରପିଏଫ ଥାନା ପୋଲିସ ଚଢ଼ାଓ କରି ବୁଧବାର ଜଣେ ସାଇବର କେଫ ମାଲିକ ଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଜଳେଶ୍ୱର ଥାନା ଶିଖରପୁର ପଞ୍ଚାୟତ ଅନ୍ତର୍ଗତ ସୁଖଦୁଖିଆ ଗ୍ରାମର ଯୁବକ ବସନ୍ତ ମଣ୍ଡଳ । ସେ ବିଭିନ୍ନ ଲୋକଙ୍କ ୟୁଜର ଆଇଡି କୁ ହେକ କରି ରେଳଟିକଟ ବୁକିଂ କରି ଯାତ୍ରୀଙ୍କୁ ଦେଉଥିଲେ । ଏ ସମ୍ପର୍କ ରେ ରେଳବିଭାଗ ସମେତ ଦିଲ୍ଲୀ ଆଇ ଆର ସି ଟି ରେ ଅଭିଯୋଗ ହୋଇଥିଲା ।
ଆର ପି ଏଫ ଥାନା ଓଆଇସି ଭଗବାନ ସିଂହ ସାତ ଜଣିଆ ସ୍ୱତନ୍ତ୍ର ଟିମ ସହ ଜଳେଶ୍ୱର ପୁରୁଣା ଅଦାଲତ ନିକଟରେ ଥିବା ଅଭିଯୁକ୍ତ ଙ୍କ ସାଇବର କେଫରେ ଚଢ଼ାଉ କରି ମାଲିକ ବସନ୍ତ ମଣ୍ଡଳ ଙ୍କୁ ଗିରଫ କରିଥିଲେ । ଏଥି ସହ କେଫ ରେ ଥିବା କମ୍ପୁଟର, ଲାପଟପ, ମୋବାଇଲ ସହ ବିଭିନ୍ନ ଦରକାରୀ କାଗଜପତ୍ର କୁ ଜବଦ କରାଯାଇଛି । ଏ ସମ୍ପର୍କ ରେ ରେଳବିଭାଗ ପକ୍ଷରୁ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ।