ଜାଲିଆନୱାଲା ବାଗର ସହିଦ୍ ଙ୍କୁ ଅପମାନ କରୁଛି କେନ୍ଦ୍ର ସରକାର : ରାହୁଲ ଗାନ୍ଧି
ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଙ୍ଗଳବାର କରିଥିବା ଟ୍ୱିଟ୍ ରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ଜାଲିଆନୱାଲା ବାଗର ସହିଦ୍ ମାନଙ୍କୁ କେନ୍ଦ୍ର ସରକାର ଅପମାନ କରୁଛନ୍ତି ।
କଂଗ୍ରେସ ନେତା ରାହୁଲ ନିଜର ଏହି ଟ୍ୱିଟ୍ ରେ କହିଛନ୍ତି ଯେ, ଏମତି ଅପମାନ ସେହିମାନେ ହିଁ କରିପାରନ୍ତି ଯେଉଁମାନେ ସହିଦ୍ ର ମତଲବ ଜାଣନ୍ତି ନାହିଁ । ରାହୁଲ କହିଥିଲେ ଯେ, ସେ ଜଣେ ସହିଦ୍ ର ପୁଅ । ତେଣୁ ତାଙ୍କୁ ଜଣାଅଛି ସହିଦ୍ କଣ । କେନ୍ଦ୍ର ସରକାର ଜାଲିଆନୱାଲା ବାଗର ସହିଦ୍ ମାନଙ୍କ ପ୍ରତି ଯେଭଳି ବ୍ୟବହାର କରିଛନ୍ତି ତାହା ସେମାନଙ୍କ ପ୍ରତି ଅପମାନ ସଦୃଶ । ତେବେ ସେ ସହିଦ ମାନଙ୍କ ପ୍ରତି ଏଭଳି ଅପମାନକୁ ସହ୍ୟ କରିପାରିବେ ନାହିଁ ।