ବାଲେଶ୍ୱର : ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ
ବାଲେଶ୍ୱର : ବାଲେଶ୍ୱର ନିର୍ବାଚନ ମଣ୍ଡଳୀ ଶ୍ରୀରାମପୁର ଗ୍ରାମ ପଞ୍ଚାୟତରେ ୮ଟି ଗ୍ରାମକୁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ତରଫରୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ବିଧାୟକ ସ୍ୱରୂପ କୁମାର ଦାସ । ପଞ୍ଚାୟତର ବରଡ଼ିହା, ବିଞ୍ଝ, ଖଡ଼ିକାପଦା, ଗୁଣ୍ଡରୀପଦା, ବଳବୁଦ୍ଧି, ନିମା, କାଟୁଲଡିହା ଏବଂ ମଚ୍ଛଡ଼ିହା ଗ୍ରାମରେ ଏହି ସୁବିଧା ପାଇପାରିବେ ।
ସମସ୍ତ ଗ୍ରାମାଞ୍ଚଳରେ ପାଇପ ଯୋଗେ ପ୍ରତ୍ୟକ ଘରକୁ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଉକ୍ତ ଅଞ୍ଚଳର ଗ୍ରାମବାସୀ ଧନ୍ୟବାଦ ଜ୍ଞାପନ କରିଛିନ୍ତି । ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ଜିଲା ପରିଷଦ ସଦସ୍ୟା ଶ୍ରୀମତୀ ପଟ୍ଟନାୟକ, ଜିଲା ସାଧାରଣ ସମ୍ପାଦକ ବରଦା ପସନ୍ନ ପଟ୍ଟନାୟକ, ବ୍ଲକ ସଭାପତି ବସନ୍ତ ପଣ୍ଡା, ସମିତି ସଭ୍ୟ ରଘୁନାଥ ବିଶ୍ୱାଳ, ଯୁବ ନେତା ଶକ୍ତିପଦ ରାୟ, ପଞ୍ଚାୟତ ସଭାପତି ଚିତ୍ତ ରଞ୍ଜନ ଦାସ, ବ୍ଲକ ଯୁବ ସଭାପତି ଦିଲୀପ ମହାନ୍ତି, ସନିଆ ବିଶ୍ୱାଳ, ବିକ୍ରମ ପାକଳ ଅଶୋକ ମହାପାତ୍ର ଏବଂ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।