ଆମେରିକାର ଏୟାର ଷ୍ଟ୍ରାଇକ: ଡ୍ରୋନ୍ ଆକ୍ରମଣରେ ମାଷ୍ଟର ମାଇଣ୍ଡ ନିହତ
ୱାସିଂଟନ : କାବୁଲ ବିମାନବନ୍ଦର ନିକଟରେ ଆତ୍ମଘାତୀ ଆକ୍ରମଣ ପରେ ଆମେରିକା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ବିସ୍ଫୋରଣର ବଦଲା ନେଲା ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଆଇଏସଆଇଏସ ଉପରେ ଏୟାର ଷ୍ଟ୍ରାଇକ କରି ପ୍ରତିଶୋଧ ନେଇଛି। ଆଫଗାନିସ୍ତାନର ନାଙ୍ଗରହାର ପ୍ରଦେଶରେ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନ ଉପରେ ଆମେରିକା ଡ୍ରୋନ୍ ଆକ୍ରମଣ କରିଛି। ଏହି ଆକ୍ରମଣରେ ଷଡଯନ୍ତ୍ରକାରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟପକ୍ଷରେ ଏହି ଆକ୍ରମଣରେ କାବୁଲ ବିମାନବନ୍ଦରରେ ହୋଇଥିବା ବିସ୍ଫୋରଣର ମୁଖ୍ୟ ଷଡଯନ୍ତ୍ରକାରୀର ମୃତ୍ୟୁ ହୋଇଥିବା ଗଣମାଧ୍ୟମ ରିପୋର୍ଟରେ କୁହାଯାଉଛି। ଏଥି ସହିତ ଆମେରିକା ନିଜ ଦେଶର ନାଗରିକମାନଙ୍କୁ ତୁରନ୍ତ କାବୁଲ ବିମାନବନ୍ଦର ଛାଡି ଚାଲି ଯିବାକୁ କହିଛି। ଆତଙ୍କବାଦୀ ସଂଗଠନ ଆଇଏସ ଆଇଏସ ଉପରେ ଆକ୍ରମଣ ପରେ ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଏକ ବିବୃତ୍ତି ଜାରି କରି କହିଛି ଯେ ଆମେ ମାଷ୍ଟର ମାଇଣ୍ଡକୁ ହତ୍ୟା କରିଛୁ। ଏଥିରେ କୌଣସି ସାଧାରଣ ନାଗରିକଙ୍କର କ୍ଷତି ହୋଇ ନାହିଁ।
US carried out drone strike against Islamic State 'planner' in Afghanistan, reports AFP news agency quoting Pentagon
— ANI (@ANI) August 28, 2021
ସୂଚନା ଯେ, ଆଫଗାନିସ୍ତାନର ରାଜଧାନୀ କାବୁଲ ଉପରେ ବୋମା ପକାଇଥିବା ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ବିରୋଧରେ ଆମେରିକା ଏକ ବଡ ପଦକ୍ଷେପ ନେଇଛି । ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ କହିଥିଲେ ଯେ ଆମେ ଏହାର ଜବାବ ଦେବୁ । ଖୋଜି ଖୋଜି ଆତଙ୍କବାଦୀଙ୍କୁ ନିପାତ କରିବୁ । କାବୁଲ ବିସ୍ଫୋରଣ ପାଇଁ ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ ଦାୟିତ୍ୱ ନେଲା ।ଆଫଗାନିସ୍ତାନ-ପାକିସ୍ତାନ ସୀମା ନିକଟ ନଙ୍ଗରହାର ପ୍ରଦେଶରେ ଆମେରିକା ଏହି ବୋମା ବିସ୍ଫୋରଣ କରିଥିଲା । କୁହାଯାଉଛି ଯେ ଏହି ଆକ୍ରମଣରେ କାବୁଲ ବିସ୍ଫୋରଣର ମାଷ୍ଟରମାଇଣ୍ଡ ନିହତ ହୋଇଛନ୍ତି । କାବୁଲ ବିସ୍ଫୋରଣ ପରେ ଆମେରିକା ପ୍ରବଳ ଚାପରେ ଥିଲା । କାବୁଲ ଆକ୍ରମଣ ପରେ ଆମେରିକାର ରାଷ୍ଟ୍ରପତି ବିଡେନ କହିଛନ୍ତି ଯେ ଯିଏ ଏହି ଆକ୍ରମଣରେ ଜଡିତ ଅଛି, ଆମେ ସେମାନଙ୍କୁ ଛାଡିବୁ ନାହିଁ ।