କରୋନାରେ ପୁଣି ଦୁଇ ଶିଶୁ ମୃତ
ଭୁବନେଶ୍ୱର : ସମ୍ଭାବ୍ୟ ମହାମାରୀ କରୋନାର ତୃତୀୟ ଲହର ପୂର୍ବରୁ ଶିଶୁମାନେ ଆକ୍ରାନ୍ତ ହେବାରେ ଲାଗିଲେଣି । ଏହାରି ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବହୁ ଶିଶୁ କରୋନାରେ ଆକ୍ରାନ୍ତ ହେବ ସହ କେତେ ଜଣଙ୍କର ମୃତ୍ୟୁ ମଧ୍ୟ ହେବାର ନଜର ଆସିଛି । ଏହି ପରିପ୍ରେକ୍ଷୀରେ କରୋନାରେ ପୁଣି ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଉଭୟ ମୃତ ଶିଶୁ କନ୍ୟାସନ୍ତାନ ବୋଲି ଜଣାପଡ଼ିଛି। ଦୁହିଁଙ୍କ ମଧ୍ୟରୁ ଜଣେ ମୟୂରଭଞ୍ଜ ଜିଲାର ୫ ମାସର ଶିଶୁ କନ୍ୟା ଏବଂ ସେ ହୃଦ୍ରୋଗରେ ମଧ୍ୟ ଆକ୍ରାନ୍ତ ଥିଲା। ଅନ୍ୟ ଜଣେ କଟକ ଜିଲାର ୧୨ ଦିନର ଶିଶୁକନ୍ୟା, ସେ ହେମୋଗ୍ଲୋବିନୋପାଥିରେ ଆକ୍ରାନ୍ତ ଥିଲା। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।