ବଙ୍ଗୋପସାଗରେ ୫.୧ ତୀବ୍ରତାର ଭୂକମ୍ପ
କୋଲକାତା : ବଙ୍ଗୋପସାଗରେ ଭୂକମ୍ପ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରେକର୍ଡ କରାଯାଇଛି । ସୂଚନା ଯେ, ମଙ୍ଗଳବାର ୧୨ଟା ୩୫ ମିନିଟ ସମୟରେ ଏହି ଭୂକମ୍ପ ହୋଇଥିବା ବେଳେ ଏଯାଏଁ ସୁନାମି ନେଇ କୌଣସି ସତର୍କ ସୂଚନା ଜାରି କରାଯାଇ ନାହିଁ । ଭୂକମ୍ପର କେନ୍ଦ୍ରସ୍ଥଳ ଆନ୍ଧ୍ରପ୍ରଦେଶର ଅର୍ନ୍ତବେଦୀ ପାଲିପାଲମ ଠାରୁ ୨୪୯ କିଲୋମିଟର ବୋଲି ଜାତୀୟ ଭୂକମ୍ପ ସୂଚନା କେନ୍ଦ୍ର ଠାରୁ ସୂଚନା ମିଳିଛି ।