ବାଲେଶ୍ୱର : ଖୋଲିଲା ବାବା ପଞ୍ଚଲିଙ୍ଗେଶ୍ୱର ଶୈବ ପୀଠ
ବାଲେଶ୍ୱର : ବାଲେଶ୍ୱର ଜିଲାରେ ଆଜି ଠାରୁ ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିଛି । ଏହି ପରିପ୍ରେକ୍ଷୀରେ ଉତ୍ତର ଓଡିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର ଶୈବ ପୀଠ ମଧ୍ୟ ଖୋଲିଛି । ଦୀର୍ଘ ୪ମାସର ପ୍ରତୀକ୍ଷା ପରେ କୋଭିଡ କଟକଣା ସହ ଶ୍ରଦ୍ଧାଳୁଙ୍କୁ ମିଳିଲା ବାବାଙ୍କ ଦର୍ଶନ । ଭକ୍ତଙ୍କ ଦର୍ଶନ ନେଇ ଜିଲା ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଛି ।
ଏସଓପି ମୁତାବକ ଅନ୍ୟପଟେ ସକାଳ ୬ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ। ମାତ୍ର ପ୍ରତି ଶନିବାର ମନ୍ଦିର ସାନିଟାରାଇଜ ନିମନ୍ତେ ସାଧାରଣ ଦର୍ଶନ ବନ୍ଦ ରହିବ । ସେହିପରି ୧୦ ବର୍ଷରୁ କମ ଓ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ପାଇଁ ବାରଣ କରାଯାଇଛି । ମନ୍ଦିର ମଧ୍ୟକୁ ଭୋଗ କିମ୍ବା କୌଣସି ପୂଜା ସାମଗ୍ରୀ ନେବାକୁ ଭକ୍ତଙ୍କୁ ମନା। ସମସ୍ତେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ଅବଲମ୍ବନ କରି ବାବାଙ୍କୁ ଦର୍ଶନ କରିବେ । ସାଧାରଣ ଜନତା ଓ ଭକ୍ତ ମାନେ ମନ୍ଦିର ଭିତରେ ମହାଦେବଙ୍କୁ ଛୁଇଁବା ଉଚିତ ନୁହେଁ। କୋଭିଡ କଟକଣା ମାନି ଶ୍ରଦ୍ଧାଳୁମାନେ ବାବାଙ୍କୁ ଦର୍ଶନ କରିବେ । ସୂଚନା ଯେ, ମହାମାରୀ କରୋନା ଭୟଭୟତାକୁ ନେଇ ଜିଲାରେ ଦୀର୍ଘ ୪ମାସ ହେବ ବନ୍ଦ ରହିଥିଲା ମନ୍ଦିର । ହେଲେ ଏବେ ସଂକ୍ରମଣ ହ୍ରାସ ପାଇଥିବାରୁ ସମସ୍ତ ଧର୍ମାନୁଷ୍ଠାନକୁ ଖୋଲିବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିଲେ। ମାତ୍ର ପବିତ୍ର ଶ୍ରାବଣ ମାସର ଜଳାଭିଷେକ ନୀତି ରହିଥିବାରୁ ମନ୍ଦିର ଖୋଲିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନୁମତି ମିଳିନଥିଲା।