ରାଜ୍ୟରେ ୨୪ ଘଂଟାରେ ୫୮୮ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟ ପୁଣିରେ ଥରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗତକାଲି ୫୭୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୫୮୮କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୩୪୨ ଜଣ କ୍ୱାରାଂଟିନରେ ଥିବାବେଳେ ୨୪୬ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୫ ଜଣ ପଜିଟିଭ୍ ରହିଛନ୍ତି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି ।
ସୂଚନା ମୁତାବକ ଅନୁଗୁଳରେ ୫ ଜଣ, ବାଲେଶ୍ୱରରେ ୧୩ ଜଣ, ବରଗଡ଼ରେ ୨୧ ଜଣ, ଭଦ୍ରକରେ ୯ ଜଣ, ବଲାଙ୍ଗୀରରେ ୧୧ ଜଣ, କଟକରେ ୩୦ ଜଣ, ଦେବଗଡ଼ରେ ୪, ଢେଙ୍କାନାଳରେ ୬ ଓ ଜଗତସିଂହପୁରରେ ୩ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଗଜପତିରେ ୧ ଜଣ, ଗଞ୍ଜାମରେ ୨୭ ଜଣ, ଯାଜପୁରରେ ୧୫ ଜଣ, ଝାରସୁଗୁଡ଼ାରେ ୩୧ ଜଣ, କଳାହାଣ୍ଡିରେ ୬୪ ଜଣ, କନ୍ଧମାଳରେ ୩ ଜଣ, କେନ୍ଦୁଝରରେ ୨ ଜଣ, ଖୋର୍ଦ୍ଧାରେ ୧୦୫ ଜଣ, କୋରାପୁଟରେ ୯ ଜଣ, ମୟୁରଭଞ୍ଜରେ ୯ ଜଣ, ନବରଙ୍ଗପୁରରେ ୮ ଜଣ, ନୟାଗଡ଼ରେ ୭ଜଣ, ନୂଆପଡ଼ାରେ ୨୯ ଜଣ, ପୁରୀରେ ୨୪ ଜଣ, ରାୟଗଡ଼ାରେ ୬ ଜଣ, ସମ୍ବଲପୁରରେ ୨୮ ଜଣ, ସୋନପୁରରେ ୧୧ ଜଣ, ସୁନ୍ଦରଗଡ଼ରେ ୮୪ ଜଣ, ଷ୍ଟେଟ ପୁଲରେ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୩,୪୩,୮୫୬କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରୁ ୩, ୩୮,୧୫୦ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ବି ୩୭୩୧ଜଣ ସକ୍ରିୟ ଅଛନ୍ତି ।