ଧରାପଡ଼ିଲେ ସାଇବର ଠକ ଗ୍ୟାଙ୍ଗ : ୩ ଗିରଫ, ୯ ମୋବାଇଲ ଜବତ
ଝାରସୁଗୁଡା: ପୁଣି ଏକ ସାଇବର ଠକ ଗ୍ୟାଙ୍ଗକୁ ଗିରଫ କରିଛି ଝାରସୁଗୁଡା ପୁଲିସ । ଏହି ଗ୍ୟାଙ୍ଗର ୩ ଜଣକୁ ପୁଲିସ ସୁନ୍ଦରଗଡ ଜିଲ୍ଲା ଲେଫରିପଡା ଥାନା ଅଂଚଳରୁ ସୋମବାର ରାତିରେ ଗିରଫ କରିଛି । ସେମାନଙ୍କଠାରୁ ୯ଟି ମୋବାଇଲ ଫୋନ, ଏକ ସୋନି ସାଉଣ୍ଡ ସିଷ୍ଟମ, ୧୧ ହଜାର ନଗଦ ଟଙ୍କା ଏବଂ ଅନ୍ୟ ଜିନିଷପତ୍ର ଜବତ କରିଥିବାବେଳେ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି । ଗିରଫ ଅଭିଯୁକ୍ତମାନେ ଝାରଖଣ୍ଡ ଗିରିଡି ଅଂଚଳର ଗୁଡ୍ଡୁଲାଲ ରାଣା(୨୬), ପପ୍ପୁ ରାଣା(୩୨), ଗୋପାଲ ରାଣା(୩୪) ଏବଂ ଫେରାର ହୋଇଥିବା ଅଭିଯୁକ୍ତ ଜଣକ ବିର୍ଜୁ ରାଣା ବୋଲି ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ ସୁଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ବେଲାପାହଡ ଗାନ୍ଧିନଗରରରେ ରହୁଥିବା ଜଣେ ରେଳବାଇ କର୍ମଚାରୀ ଶିବାସିସ କର୍ମାକରଙ୍କ ନିକଟକୁ ଏହି ଠକମାନେ ଗତ ମାର୍ଚ୍ଚ ୨୨ ତାରିଖ ଫୋନ କରି ଆପଣ ଫୋନ ପେରେ ୧୯ଶହ ଟଙ୍କାର ଲଟେରୀ ଜିତିଛନ୍ତି ବୋଲି କିହିଥିଲେ । ଏହାପରେ ଏକ ଲିଙ୍କ ପଠାଇ ସେଠାରେ କ୍ଲିକ କରିବା ପାଇଁ କହିଥିଲେ । ସିବାଶିସ ଲିଙ୍କରେ କ୍ଲିକ କରିବାକ୍ଷଣି ତାଙ୍କ ଆକାଉଂଟରୁ ୧୯ଶହ ଟଙ୍କା ଓ କିଛି ସମୟପରେ ୩୬ ହଜାର ଟଙ୍କା କଟିଯାଇଥିଲା । ଏବଂ ଏହି ଟଙ୍କା ପୁଣି ଆକାଉଂଟକୁ ଫେରସ୍ତ ନହେବାରୁ ଶିବାସିସ ଗତ ୨୪ ତାରିଖ ବେଲପାହାଡ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ବେଲାପାହାଡ ପୁଲିସ ଅଭିଯୋଗକୁ ଭିତିକରି ଧାରା ୪୧୯/୪୨୦ରେ କେଶ ନମ୍ବର ୫୯ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଫ୍ଲିପକାର୍ଟ, ପେୟୁ, ପରି ବିଭିନ୍ନ ସୁତ୍ରରୁ ଠକମାନଙ୍କ ବିଷୟରେ ପତାକରବାସହ ସିଡିଆର ଏନାଲିସିସ କରି ତାଙ୍କ ଲୋକେସନ ଯାଂଚ କରିବାସହ ଗତକାଲି ରାତିରେ ସୁନ୍ଦରଗଡ ଲେଫରିପଡାରେରେ ଚଢାଉକରି ଠକମାନଙ୍କୁ ଗିରଫ କରିଥିଲା । ଠକମାନଙ୍କୁ ପଚରାଉଚୁରା ସମୟରେ ସେମାନେ ଏହି ସାଇବର ଠକେଇ ଯାମାତ୍ରାରୁ ଶିକିଥିବା ପୁଲିସକୁ କହିଛନ୍ତି । ପ୍ରଥମେ ଏହି ଠକମାନେ ଗୁଗୁଲ କ୍ରୋମରେ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ଟେଲିକମ ସାର୍ଭସ ଉପଭୋକ୍ତାଙ୍କର ନମ୍ବର ଖୋଜି ଥାଆନ୍ତି । ମୋବାଇଲ ନମ୍ବର ପାଇବାପରେ ସାମେନ ସେହି ନମବ୍ରକୁ ଫୋନ କରି ଲଟେରୀ ଜିତିଛନ୍ତି କିମ୍ବା କୌଣସି ଅଫର ପାଇଛନ୍ତି କହି ନିଜ ଜାଳରେ ଫସାଇବାସହ ଫୋନ ପେକୁ ଏକ ଲିଙ୍କ ପାଠାଇ ସେଠାରେ କ୍ଲିକ କରିବା ପାଇଁ କହିଥାଆନ୍ତି । ଏବଂ ନିରୀହ ଲୋକେ ଲଟେରୀ ଅବା ଅଫର ଲୋଭରେ ସେହି ଲିଙ୍କକୁ କ୍ଲିକ କଲାମାତ୍ରେ ସାଇବର ଠକମାନେ ତାଙ୍କ ଆକାଉଂଟରୁ ଟଙ୍କା ଲୁଟି ନେଉଥିବା ଧରା ପଡିଥିବା ଏହି ଠକମାନେ ପୁଲିସ ନିକଟରେ ପ୍ରକାଶ କରିଛନ୍ତି ।