ଇସଲାମିକ୍ ଷ୍ଟେଟ୍ ପାଇଁ ପ୍ରଚାର କରୁଥିବା ଦୁଇ ମହିଳାଙ୍କୁ ଏନଆଇଏ କଲା ଗିରଫ
ତିରୁଅନନ୍ତପୁରମ : ଇସଲାମିକ ଷ୍ଟେଟ୍ ଆତଙ୍କବାଦୀ ସଂଗଠନ ପାଇଁ ଆର୍ଥିକ ତଥା ମାନବ ସମ୍ବଳ ବୃଦ୍ଧିରେ ସାହାଯ୍ୟ କରିଥିବାରୁ ଜାତୀୟ ଅନୁସନ୍ଧାନ ଏଜେନସି (ଏନଆଇଏ) କନ୍ନୁରରୁ ଦୁଇଜଣ ମହିଳାଙ୍କୁ ଗିରଫ କରିଛି । ଗତ ମଙ୍ଗଳବାର ସକାଳେ ଏନଏଫ ସିଫା ହାରିସ୍ ଏବଂ ମିଜା ସିଦ୍ଦିକ୍ ନାମକ ଏହି ମହିଳା ମାନଙ୍କୁ ସେମାନଙ୍କ ଘରୁ ଗିରଫ କରି ମାଜିଷ୍ଟ୍ରେଟ୍ଙ୍କ ନିକଟରେ ହାଜର କରିଥିଲା ।
ଏନଆଇଏ ସୂତ୍ର ଅନୁଯାୟୀ ଝିଅମାନେ ମୁଶାବ ଅନୱାର ଏବଂ ଭାରତର ଆଇଏସ ଅପରେଟିଭ୍ ମହମ୍ମଦ ଅମିନଙ୍କ ପାଇଁ କାମ କରୁଥିଲେ । ମହିଳାମାନେ ଆଇଏସରେ ସେମାନଙ୍କ ମାଲିକଙ୍କ ନିର୍ଦ୍ଦେଶରେ ସୋସିଆଲ ମିଡ଼ିଆ ପୃଷ୍ଠାଗୁଡ଼ିକ ମାଧ୍ୟମରେ ଆଇଏସ ଆଦର୍ଶ ପ୍ରଚାର କରୁଥିଲେ । ଆଇଏସରେ ଯୋଗଦେବା ଏବଂ ଆତଙ୍କବାଦୀଙ୍କ ସହ ଲଢ଼ିବା ପାଇଁ ମିଜା ତାଙ୍କର ମିଶନର ଏକ ଅଂଶ ଭାବରେ ତେହେରାନ ଯାଇଥିଲେ, କିନ୍ତୁ ଆଇଏସ ନେତାମାନେ ତାଙ୍କୁ ଦେଶରୁ ବିତାଡ଼ିତ କରି ଭାରତର ପରିବେଶକୁ ବିଚଳିତ କରିବାର ଦାୟିତ୍ୱ ଦେଇଥିଲେ । ଏ ନେଇ ଅଧିକାରୀ କହିଛନ୍ତି ଯେ, କେରଳରେ ଆଉ ପାଂଚଜଣ ଆଇଏସ ଆତଙ୍କବାଦୀ ଅଛନ୍ତି ଏବଂ ଆମେ ସେମାନଙ୍କୁ ଶୀଘ୍ର ଗିରଫ କରିବାକୁ ଆଶା କରୁଛୁ । ମିଜା ସିଦ୍ଦିକ କେରଳରେ ଆଇଏସ ଅପରେସନର ସାଇବର ୱିଙ୍ଗର ଆଦର୍ଶଗତ ମୁଖ୍ୟ ଥିଲେ । ଜଣେ ଏନଆଇଏ ଅଧିକାରୀ କହିଛନ୍ତି ଯେ, ତାଙ୍କ ମାଧ୍ୟମରେ ଏକ ଡଜନରୁ ଅଧିକ ଯୁବକ ଆଇଏସରେ ଯୋଗ ଦେଇଥିଲେ । କେରଳର ପୂର୍ବତନ ପୋଲିସ ମୁଖ୍ୟ ଲୋକନାଥ ବେହେରା ଅବସର ନେବା ପୂର୍ବରୁ ଗଣମାଧ୍ୟମକୁ କହିଥିଲେ ଯେ, ଆଇଏସ ଏବଂ ତାଲିବାନ ଭଳି ବିଭିନ୍ନ ଆତଙ୍କବାଦୀ ସଂଗଠନର ସ୍ଲପିର ସେଲ ଆଡା ବନିଯାଇଛି । ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି ଯେ, ରାଜ୍ୟରେ ଏଭଳି ସଂଗଠନ କାମ କରୁନାହାଁନ୍ତି ।