ଭୁବନେଶ୍ୱର : ୧୯୭ ପଜିଟିଭ୍ ଓ ୧୮୫ ସୁସ୍ଥ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ବୁଧବାର ଦିନ ଆଉ ୧୯୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ ୪୬ ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ ୧୫୧ ଲୋକାଲ୍ କେସ୍ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୧୮୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ବିଏମସିର ସୂଚନା ଅନୁସାରେ ଲୋକାଲ ଆକ୍ରାନ୍ତଙ୍କ ମଧ୍ୟରୁ ଓଲ୍ଡଟାଉନ୍ ଓ ନୟାପଲ୍ଲୀରୁ ସର୍ବାଧିକ ୧୦ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚନ୍ଦ୍ରଶେଖରପୁରରୁ ୯ ଜଣ , ବରମୁଣ୍ଡାରୁ ୮ ଜଣ, ୟୁନିଟ ୮ରୁ ୬ ଜଣ , ନିଳାଦ୍ରୀବିହାର ଓ ପଟିଆରୁ ୫ ଜଣ ଲେଖାଏଁ , ଲକ୍ଷ୍ମୀସାଗର, ଶୈଳଶ୍ରୀବିହାର , ଖଣ୍ଡଗିରି, ୟୁନିଟ ୯, ୟୁନିଟ ୪ ,ପଳାଶୁଣି, ଟଙ୍କପାଣିରୋଡ୍ ଓଘାଟିକିଆରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି ।
ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୪୯୨ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୧୦୦୩୪୦ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୩୧୫୩ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୯୭୮ କୁ ବୃଦ୍ଧି ପାଇଛି ।